fbpx

ସରକାରୀ କର୍ମଚାରୀଙ୍କୁ କେଜ୍ରିୱାଲଙ୍କ ଉପହାର: ୪ ପ୍ରତିଶତ ବୃଦ୍ଧିକଲେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଏହି ଅବସରରେ ରାଜ୍ୟ ଓ କେନ୍ଦ୍ର କର୍ମଚାରୀଙ୍କୁ ଖାଲି ଉପହାର ଓ ବୋନସ ବର୍ଷା ହେବାରେ ଲାଗିଛି । ତେବେ ଏହି କ୍ରମରେ ଦିଲ୍ଲୀର ସରକାରୀ କର୍ମଚାରୀଙ୍କୁ ମିଳିଛି ଏକ ଜବରଦସ୍ତ ଉପହାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ନିକଟରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଅନୁରୂପ ଭାବେ କେଜ୍ରି ସରକାର ମଧ୍ୟ ସମାନ ପଥରେ ଚାଲିଛନ୍ତି ।

ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦିପାବଳୀ ପୂର୍ବରୁ ଦିଆଯାଇ ଡିଏ ଉପହାର ନେଇ ଦିଲ୍ଲୀ ସରକାର ନୋଟିସ୍ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ସଂଶୋଧିତ ଦର ଅନୁସାରେ ଦିଲ୍ଲୀ ସରକାରଙ୍କ ଅର୍ଥ ବିଭାଗ ନିଜର ଅନ୍ୟ ବିଭାଗକୁ ବର୍ଦ୍ଧିତ ଡିଏ ବିବରଣୀ ପଠାଇ ଦେଇଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ସରକାର ମଧ୍ୟ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥିଲେ । ମୁଖ୍ୟମନ୍ତ୍ରୀ ବସଭରାଜ ବୋମଇ ୩.୭୫ ପ୍ରତିଶତ ଡିଏ ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲେ ।

ଗତ ମାସ ୨୮ ତାରିଖରେ କେନ୍ଦ୍ର କ୍ୟାବିନେଟରେ କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ନେଇ ଘୋଷଣା କରାଯାଇଥିଲା । ଗତ ଜୁଲାଇ ୧ରୁ ଡିଏ ଓ ଡିଆର ରାଶି ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ । ଏହି ଘୋଷଣା ଫଳରେ କେନ୍ଦ୍ର ରାଜକୋଷରୁ ୧୨,୮୫୨ କୋଟି ଟଙ୍କାର ଭାର ବହନ କରାଯିବ । ଏହା ପୂର୍ବରୁ ରାଜସ୍ଥାନ ସରକାର ମଧ୍ୟ ୪ ପ୍ରତିଶତ ଡିଏ ବୃଦ୍ଧିକୁ ମଞ୍ଜୁରୀ ଦେଇଥିଲେ ।

Get real time updates directly on you device, subscribe now.