fbpx

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡଲେ ଦୀପକ ଚହର, ଏହି ଖେଳାଳିଙ୍କୁ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ: ଦ୍ରୁତ ବୋଲର ଦୀପକ ଚହର ଦକ୍ଷିଣ ଆପ୍ରିକା ବିପକ୍ଷ ସିରିଜର ବାକି ଦୁଇ ଦିନିକିଆ ମ୍ୟାଚ୍ ରୁ ବାଦ୍ ପଡିଛନ୍ତି। ଇନ୍ଦୋରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ମୁକାବିଲାରେ ପରେ ଦୀପକ ଚହର ପିଠିରେ ଆଘାତ ପାଇଥିଲେ। ଏହି କାରଣରୁ ସେ ପ୍ରଥମ ଦିନିକିଆରେ ଖେଳିପାରି ନଥିଲେ। ବିସିସିଆଇ ଏନେଇ ସୂଚନା ଦେଇଛି। ଦୀପକ ଚହର ଏବେ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)କୁ ଯିବେ। ଯେଉଁଠାରେ ସ୍ୱତନ୍ତ୍ର ମେଡିକାଲ ଟିମ୍ ତାଙ୍କର ଚିକିତ୍ସା କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ବାକି ଦୁଇ ମୁକାବିଲାରେ ଦୀପକ ଚହରଙ୍କ ସ୍ଥାନରେ ୱାସିଙ୍ଗଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି।

ତେବେ ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଭାରତକୁ ୯ ରନ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ରବିବାର ଦିନ ରାଞ୍ଚିରେ ଉଭୟ ଦଳ ଦ୍ୱିତୀୟ ମ୍ୟାଚ୍ ଖେଳିବେ। ଏହା ପରେ ତୃତୀୟ ତଥା ଅନ୍ତିମ ଦିନିକିଆ ୧୧ଅକ୍ଟୋବରରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ଭାରତର ଏକଦିବସୀୟ ଦଳ: ଶିଖର ଧାୱନ (ଅଧିନାୟକ), ରିତୁରାଜ ଗାଇକୱାଡ, ଶୁଭମାନ ଗିଲ, ଶ୍ରେୟାସ ଆୟର (ଉପ-ଅଧିନାୟକ), ରଜତ ପଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱିକେଟ୍ କିପର), ସଞ୍ଜୁ ସାମସନ(ୱିକେଟ୍ କିପର), ଶାହାବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ମୁକେଶ କୁମାର, ଆଭେଶ ଖାନ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର।

Get real time updates directly on you device, subscribe now.