fbpx

ବର୍ଦ୍ଦି କ୍ଷମତାର ଦୁରୁପଯୋଗ କରି ପୋଲିସ ଗଣିବ ୫୦,୦୦୦ ଟଙ୍କା ଜୋରିମାନା, କୋର୍ଟ କହିଲେ ଏପରି ଭୁଲ୍ ପାଇଁ କ୍ଷମା ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିନା କାରଣରେ ଅଧଘଣ୍ଟା ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଲକଅପ୍‌ରେ ରଖିବା ଭୁଲ୍ ଲାଗି ପୋଲିସ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛନ୍ତି । ଏକ ମାମଲାର ଶୁଣାଣୀ କରି କୋର୍ଟ ସଂପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପୋଲିସକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟାୟମୂର୍ତ୍ତି ସୁବ୍ରମଣ୍ୟମ ପ୍ରସାଦ ନିର୍ଦ୍ଦେଶ ଦେଇଛନ୍ତି କି କ୍ଷତିପୂରଣ ରାଶି ବଦରପୁର ପୋଲିସ ଷେ୍‌ଟସନରେ ନିଯୁକ୍ତ ୨ ଜଣ ଏସଆଇଙ୍କ ଦରମାରୁ ଭରଣା କରାଯିବ ଯେଉଁମାନେ ଏହି ବ୍ୟକ୍ତିଙ୍କୁ ଉଠାଇ କରି ଆଣି ବିନା କାରଣରେ ଲକଅପ୍‌ରେ ବନ୍ଦ କରି ଦେଇଥିଲେ । କୋର୍ଟ କହିଛନ୍ତି ଏହି ପୋଲିସ କର୍ମୀ ଯାଚିକାକର୍ତ୍ତାଙ୍କୁ ତାଙ୍କ ସ୍ୱାଧୀନତାରୁ ବଞ୍ଚିତ କରିଥିଲେ । ବିନା କାରଣରେ ବ୍ୟକ୍ତିକୁ ଲକଅପ୍‌ରେ ବନ୍ଦ କରିଥିବାରୁ ଏହି ପୋଲିସ ଅଧିକାରୀଙ୍କୁ ଦୋଷମୁକ୍ତ କରାଯାଇପାରିବ ନାହିଁ । ତେଣୁ ଏମାନଙ୍କୁ ଏପରି ଦଣ୍ଡ ଦିଆଯିବା ଉଚିତ କି ଭବିଷ୍ୟତରେ ଯେପରି ଏହି ଭୁଲ୍ ପୁନରାବୃତ୍ତି ନ ହେବ ।

ଗତ ବର୍ଷ ସେପ୍ଟେମ୍ବରରେ ଅବୈଧ ତରିକାରେ ଜେଲ୍‌ରେ ରଖାଯିବାକୁ ନେଇ ପୀଡିତା କୋର୍ଟରେ ଯାଚିକା ଦାୟର କରିଥିଲେ ଓ କ୍ଷତିପୂରଣ ଦାବୀ କରିଥିଲେ । ପୋଲିସକୁ ଏକ ଅଭିଯୋଗ ମିଳିଥିଲା କି ଜଣେ ମହିଳାଙ୍କୁ ଏକ ପରିବା ବିକାଳୀ ଛୁରୀ ଭୁସି ଦେଇଥିଲା । ପୋଲିସ ଅଭିଯୋଗ ପାଇବା ପରେ ସେଠାରେ ପହଞ୍ଚିବାପରେ ଜଣେ ମହିଳା ଓ ଯାଚିକାକର୍ତ୍ତାଙ୍କୁ ସେଠାରେ ଦେଖିଥିଲେ । ଏହାପରେ କିଛି ପ୍ରମାଣ ନ ଖୋଜି ସେ ଯାଚିକାକର୍ତ୍ତାଙ୍କୁ ସେଠାରୁ ଉଠାଇ ଆଣି ପ୍ରାୟ ୨୫ ମିନିଟ୍ ପର୍ଯ୍ୟନ୍ତ ଥାନାରେ ବନ୍ଦ କରି ଦେଇଥିଲେ । ପୀଡିତା କହିଛନ୍ତି ତାଙ୍କୁ ବିନା କୌଣସି ଏଫଆଇଆର ଓ ନ୍ୟାୟିକ ପ୍ରକ୍ରିୟାରେ ଥାନାକୁ ଧରି ଆଣି ଲକଅପ୍‌ରେ ବନ୍ଦ କରି ଦିଆଯାଇଥିଲା ।

Get real time updates directly on you device, subscribe now.