fbpx

ଦିଲ୍ଲୀରେ କରୋନା ସହିତ ୫ ଭାଇରସ୍ କରୁଛି ଆଟାକ୍ !

ନୂଆଦିଲ୍ଲୀ,୨୦ ।୮: ୮ମାସରୁ ଅଧିକ ସମୟ ଧରି ବିଶ୍ୱ ତଥା ଦେଶ କରୋନା ମହାମାରୀ ସହ ଲଢେଇ କରୁଛି । ଦେଶରେ କରୋନା ନିଜର କାୟା ବଢାଇ ଚାଲିଛି । ଦିଲ୍ଲୀରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଦିଲ୍ଲୀରେ କରୋନା ସମେତ ଆଉ ୫ଟି ଭାଇରସ୍ ବ୍ୟାପିବାରେ ଲାଗିଛି । ତେବେ ଦିଲ୍ଲୀ କରୋନା ସହିତ ଏଚ୧ଏନ୧ ବା ସ୍ୱାଇନନ୍ ଫ୍ଲୁ, ଡେଙ୍ଗୁ, ମ୍ୟାଲେରିଆ ଓ ଚିକନଗୁନିଆର ଅଧିକ ମାମଲା ସାମ୍ନାକୁ ଆସିବାରେ ଲାଗିଛି ।

ଏପରିକି ବର୍ଷା ଦିନ ହେତୁ ଦିଲ୍ଲୀରେ ଏହି ରୋଗରେ ରେକର୍ଡ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗର ଭଲ ଚିକିତ୍ସା କରିବା ନିହାତି ଆବଶ୍ୟକ । ଯଦି ସଠିକ୍ ଭାବେ ଏହାର ଚିକିତ୍ସା ନକରାଯାଏ, ତେବେ ଏହା ସାଂଘାତିକ ବୋଲି ପ୍ରମାଣିତ ହେବ ।

Get real time updates directly on you device, subscribe now.