fbpx

ବିଜେଡ଼ି କର୍ମକର୍ତ୍ତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ, ଜାଣନ୍ତୁ କେଉଁଥି ପାଇଁ କିଏ

ଭୁବନେଶ୍ୱର, ୨୦ା୮(ଓଡ଼ିଶା ଭାସ୍କର): ବିଜେଡ଼ି କର୍ମକର୍ତ୍ତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି । ୪୫ଜଣ ସମ୍ପାଦକ ଓ ୪୧ଜଣ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ସମସ୍ତଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କିଶୋର ତରାଇ ଓ ସଂଘମିତ୍ରା ଦଳେଇ ଅନୁସୂଚୀତ ଜାତି ବିକାଶ ଦାୟିତ୍ୱ ଦିଆଯାଇଥିବାବେଳେ ଅନୁଭବ ପଟ୍ଟନାୟକ, କେ.ଶାନ୍ତି ଓ ବିଷ୍ଣୁପ୍ରିୟା ଦାସଙ୍କୁ ନାରୀ ସଶକ୍ତିକରଣ ଦାୟିତ୍ୱ, ଅମରେଶ ପତ୍ରୀ ଓ ରଂଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର, ଅମରଜିତ ସେନାପତି, ବିଶ୍ୱଜିତ ସାମନ୍ତରାୟ ଓ ମନ୍ଦିକିନୀ କରଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ ମହାନ୍ତି, ସୁବାସ ମହାରଣା ଓ ଶୈଳେଶ ଦାନୀଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ଦିଆଯାଇଛି । ସେହିପରି ରବିନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ,ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମରୁତ ପାଲଙ୍କୁ କଳା ,ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ଦିଆଯାଇଛି ଏବଂ ଶେଖ ନିଜାମୁଦ୍ଦିନ ଓ ମହମ୍ମଦ ଡବ୍ଲୁ. ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଭୁବନେଶ୍ୱର କିଷାନ, ଭାରତୀ ସିଂ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ସେହିପରି ସୁଭାଷ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପାତ୍ର, ମୀରା ପରିଡ଼ାଙ୍କୁ ଓଡ଼ିଶା ମୋ ପରିବାର ଏବଂ ପୁଷ୍ପେନ୍ଦ୍ର ସିଂ ଦେଓ, ସରୋଜ କରଣ ଓ ଟି. ପ୍ରସାଦ ରାଓ ଦୋରାଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ସ୍ୱାଧୀନ ନାୟକ, କୁନା ବିହାରୀ ଦାସ,ସନ୍ତୋଷ ପଟ୍ଟନାୟକ ଓ ହର୍ଷ ବର୍ଦ୍ଧନ ସିଂଦେଓ, ରଂଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ଏବଂ ଉତ୍ତର ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନା ଗୋଏଲ ଓ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.