fbpx
BSKY
BJD MC SKY
BJD YOUTH SKY

ଦିଲ୍ଲୀର ମଦ ଦୁର୍ନୀତିରେ ବନ୍ଧା ହେଲେ YSRCP ସାଂସଦ ମଗୁନତା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ

ନୂଆଦିଲ୍ଲୀ:ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ଆଜି ଆଉ ଏକ ବ୍ୟକ୍ତିଙ୍କୁ ଗିରଫ କରିଛି। ଇଡି ଶୁକ୍ରବାର ଦିନ YSRCP ସାଂସଦ ମଗୁନତା ଶ୍ରୀନିବାସୁଲା ରେଡ୍ଡୀଙ୍କ ପୁଅ ମଗୁନତା ରାଘବଙ୍କୁ ଗିରଫ କରିଛି। ଇଡି ଦାବି କରିଛି ଯେ ଦିଲ୍ଲୀର ମଦ ବ୍ୟବସାୟ ସଂପର୍କରେ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ମଗୁନତା ଶ୍ରୀନିବାସାଲୁ ରେଡ୍ଡୀଙ୍କୁ ଭେଟିଛନ୍ତି।

ସୂଚନାମୁତାବକ ପୂର୍ବରୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲାଙ୍କୁ ଗିରଫ କରିଥିଲା। ବୁଚିବାବୁ ଗୋରାଣ୍ଟଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ପୂର୍ବତନ ଅଡିଟର ଥିଲେ । କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଦାବି କରିଛି ଯେ ଗୋରାଣ୍ଟଲା ଅନୁସନ୍ଧାନକାରୀଙ୍କ ସହ ସହଯୋଗ କରୁନାହାନ୍ତି ।

ଏହାପୂର୍ବରୁ ଡିସେମ୍ବର ୧୨ ରେ ସିବିଆଇ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଦଳ ପଚରାଉଚରା କରିଥିଲା।
ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ (ଦିଲ୍ଲୀ ଲିକର ସ୍କାମ) ଦୁଇଟି ଚାର୍ଜସିଟ୍ ଦେବା ସହିତ ମୋଟ ନଅ ଜଣଙ୍କୁ ଗିରଫ କରିଛି। ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ଏଫଆଇଆର ପରେ ଇଡି ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଛି। ସିବିଆଇ ଏବଂ ଇଡି ଅଭିଯୋଗରେ ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଡିଆ ଏବଂ ସରକାରଙ୍କ ଅନ୍ୟ ଏକ୍ସାଇଜ୍ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇଛି।

Get real time updates directly on you device, subscribe now.