fbpx
BSKY
BJD SHG SKY
BJD YOUTH SKY

ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ଦାବି: ଆସନ୍ତା କାଲି ସକାଳ ୧୦ଟାରେ କରିବେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ନେତା ଆତିଶୀ ସୋମବାର ଦିନ କହିଛନ୍ତି ଯେ, ସେ ମଙ୍ଗଳବାର ସକାଳ ୧୦ଟାରେ ବଡ଼ ଖୁଲାସା କରିବେ । ଆପ ନେତା ନିଜେ ଟ୍ୱିଟ କରି ଏହି ସୂଚନା ଜାରି କରିଛନ୍ତି । ଏହି ଖବର ଏପରି ସମୟରେ ଆସିଛି ଯେଉଁ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ତିହାଡ ଜେଲ ପଠାଯାଇଛି ।

ଆତିଶୀ ଶୁକ୍ରବାର ଦିନ ଅଭିଯୋଗ ଲଗାଇଛନ୍ତି ଯେ, ଇଡି ବିଜେପିର ରାଜନୈତିକ ଅସ୍ତ୍ର ଭାବେ କାମ କରୁଛି ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫୋନ ହାସଲ କରି ଆମ ଆଦମୀ ପାର୍ଟୀର ଲୋକସଭା ନିର୍ବାଚନର ରଣନୀତି ଜାଣିବାକୁ ଚହୁଁଛନ୍ତି ।

କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅବକାରୀ ନୀତି ସହ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା । ଜେଲର ଜଣେ ଅଧିକାରୀ କହିଛନ୍ତି ଯେ, ତାଙ୍କୁ ତିହାଡ଼ ଜେଲ ଅଣାଯାଇଛି ଏବଂ ତାଙ୍କୁ ଜେଲ ନମ୍ବର ୨ରେ ରଖା ଯାଇଛି । ତାଙ୍କୁ ମେଡିକାଲ ଯାଞ୍ଚ ପାଇଁ ନିଆଯାଇଛି ଏବଂ ତାଙ୍କୁ ଏକ ଅଲଗା କୋଠରୀରେ ରଖାଯିବ ।

Get real time updates directly on you device, subscribe now.