fbpx

ବିଧାୟକ ମାନଙ୍କ ଦରମାରେ ୬୬%ବୃଦ୍ଧି, ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିରୋଧୀଦଳ ନେତା ବର୍ତ୍ତମାନ କେତେ ଦରମା ପାଇବେ?

ନୂଆଦିଲ୍ଲୀ: ଦିଲ୍ଲୀର ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ବଜେଟ୍ ପୂର୍ବରୁ ଅନୁମୋଦନ ମିଳିଛି । ଏହା ଅଧୀନରେ ୬୬ ପ୍ରତିଶତ ଦରମା ବୃଦ୍ଧି କରାଯାଇଛି। ବିଧାୟକମାନେ ବର୍ତ୍ତମାନ ପୂର୍ବ ୫୪,୦୦୦ ଟଙ୍କା ବଦଳରେ ମାସକୁ ୯୦,୦୦୦ ଟଙ୍କା ପାଇବେ।

ଏହି ପ୍ରସ୍ତାବ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଆଇନ, ନ୍ୟାୟ ଏବଂ ବିଧାନସଭା ବିଭାଗ ଦରମା ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାନସଭା ବାଚସ୍ପତି ତଥା ବିରୋଧୀ ଦଳର ନେତା ବେତନ ଏବଂ ଭତ୍ତା ସମେତ ମାସକୁ ମୋଟ ୧.୭୦ ଲକ୍ଷ ଟଙ୍କା ପାଇବେ, ପୂର୍ବରୁ ସେମାନେ ୭୨ ହଜାର ଟଙ୍କା ପାଉଥିଲେ। ଏଥି ପାଇଁ ଗତ ବର୍ଷ, ଜୁଲାଇ ୪, ୨୦୨୨ ରେ, ଦିଲ୍ଲୀ ବିଧାନସଭାରେ ଏଥିପାଇଁ ପ୍ରସ୍ତାବ ପାରିତ ହୋଇଥିଲା।

ସୂଚନାମୁତାବକ ୧୨ ବର୍ଷ ପରେ ଦିଲ୍ଲୀରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ୭୦ ବିଧାୟକଙ୍କ ପାଇଁ ଏହି ବର୍ଦ୍ଧିତ ଦରମା ବ୍ୟବସ୍ଥା ଫେବୃଆରୀ ୧୪, ୨୦୨୩ ଠାରୁ ପ୍ରଯୁଜ୍ୟ ହେବ।

ଗତ ବର୍ଷ ଜୁଲାଇ୪ ରେ ଦିଲ୍ଲୀ ବିଧାନସଭାରେ ପାଞ୍ଚଟି ଭିନ୍ନ ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ମୁଖ୍ୟ ଚାବୁକ, ବାଚସ୍ପତି ତଥା ବିରୋଧୀଦଳର ନେତାଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା। । ଏହି ପ୍ରସ୍ତାବ ଉପରେ ବିଚାର କରିବା ପରେ ରାଷ୍ଟ୍ରପତି ଏହାକୁ ଫେବୃଆରୀ ୧୪ ରେ ଅନୁମୋଦନ କରିଛନ୍ତି, ଏହା ପରେ ବିଧାୟକଙ୍କ ଦରମା ପ୍ରାୟ ୬୬ ପ୍ରତିଶତ ବୃଦ୍ଧି ପାଇଛି।

ଏବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାନସଭା ବାଚସ୍ପତି ତଥା ବିରୋଧୀ ଦଳର ନେତାଙ୍କ ମୌଳିକ ଦରମା ୬୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାକି ପୂର୍ବରୁ ୧୮,୦୦୦ ଟଙ୍କା ଥିଲା। ବିଧାୟକମାନେ ବାର୍ଷିକ ୧ଲକ୍ଷ ଟଙ୍କା ଭ୍ରମଣ ଭତ୍ତା ପାଇବେ, ଯାହା ପୂର୍ବରୁ ୫୦,୦୦୦ ଟଙ୍କା ଥିଲା। କେବଳ ଏତିକି ନୁହେଁ, ପ୍ରତ୍ୟେକ ଅବଧିରେ ଲାପଟପ୍, ପ୍ରିଣ୍ଟର୍ ଏବଂ ମୋବାଇଲ୍ କିଣିବା ପାଇଁ ବିଧାୟକମାନେ ମଧ୍ୟ ଏକ ଲକ୍ଷ ଟଙ୍କା ପାଇବେ ।

Get real time updates directly on you device, subscribe now.