fbpx

କାରଖାନାରେ ନିଆଁ ଲାଗିବା ପରେ ବିସ୍ଫୋରଣ

ନୂଆଦିଲ୍ଲୀ,୨ ।୧: ଦିଲ୍ଲୀ ଉଦୟୋଗ ନଗରର ପୀରାଗଡି ଅଞ୍ଚଳରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ୪ଟାରେ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦମକଳ ବିଭାଗର ୭ଟି ଗାଡି ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁକୁ ଆୟତ୍ତ କରୁଥିବା ବେଳେ କାରଖାନାରେ ବିସ୍ଫୋରଣ ହୋଇଥିଲା, ଫଳରେ କୋଠା ଭୁଶୁଡିପଡିଥିଲା ।

ଏହି ବିସ୍ଫୋରଣରେ କେତେକ ଲୋକଙ୍କ ସହ ଦମକଳ ବାହିନୀର କିଛି କର୍ମୀ ଭିତରେ ଫସି ରହିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ପାଇଁ ୩୫ଟି ଦମକଳ ଓ ଏନଡିଆରଫ୍ ନିୟୋଜିତ ହୋଇଛନ୍ତି ।

Get real time updates directly on you device, subscribe now.