fbpx

ଗାଡି ଚଳାଇବା ବେଳେ ମୋବାଇଲରେ ଗପିଲେ କଟିବ ଚାଲାଣ, ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ୨୦୨୦ ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ମହଙ୍ଗା ପଡିବ ଗାଡି ଚଳାଇବା ବେଳେ ମୋବାଇଲରେ ଫୋନର ବ୍ୟବହାର । ଜରିମାନା ସହ ଖିଲାପକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ମଦୁଆ ଗାଡି ଚାଳକଙ୍କ ଲାଇସେନ୍ସ ରଦ୍ଦ ହେବ । ଏହା ସହ ମାଲବୁହା ଗାଡିରେ ଯାତ୍ରୀ ବୋହିଲେ, ଗାହିରେ ଓଭର ଲୋଡିଂ ସାମଗ୍ରୀ ନେଲେ, ଅଧିକ ବେଗରେ ଗାଡି ଚଳାଇଲେ ଲାଇସେନ୍ସ ବାତିଲ ହେବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ଦୁର୍ଘଟଣା ହାର ୨୦% କମାଇବାର ପ୍ରାଥମିକ ଲକ୍ଷ୍ୟ ରଖାଯାଇଛି ।’

ତେବେ ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବାକୁ ଗତକାଲି ସବୁ ଆରଟିଓଙ୍କୁ ଚିଠି ଲେଖିଥିଲେ ପରିବହନ କମିସନର । ସଡକ ସୁରକ୍ଷା ସମ୍ପର୍କିତ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ପରେ ପରିବହନ କମିସନର ଏହି ଚିଠି ପଠାଇଥିଲେ । ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.