fbpx
BSKY SKY
BSKY SKY

(Video) କଂଗ୍ରେସ ନେତାଙ୍କ ଚୁଟି ଝିଙ୍କି ଗାଡ଼ିରେ ବନ୍ଦ କଲା ପୋଲିସ: ୨ ଜଣଙ୍କୁ ସସପେଣ୍ଡ

BSKY

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡିର ପଚରାଉଚରାକୁ ବିରୋଧ କରି ଦଳର ନେତାଙ୍କ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ଦିଲ୍ଲୀରେ ଯୁବ କଂଗ୍ରେସର ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କୁ ପୋଲିସ ଗିରଫ କରିଛି । ପ୍ରଦର୍ଶନ ସମୟରେ ପୋଲିସ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେହି ସମୟରେ ପୋଲିସ ତାଙ୍କ ଚୁଟି ଟାଣିବା ସହ ତାଙ୍କୁ ଠେଲି ଠେଲି ଗାଡ଼ିରେ ବନ୍ଦ କରିଥିଲା ।

ଘଟଣାର ସହ ଜଡ଼ିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ଅନେକ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଅନେକ ଲୋକ ଏହାର ମଜା ନେଇ କହୁଛନ୍ତି କି, ‘ଧନ୍ୟବାଦ ଦିଅ କି, ମୁହଁକୁ ପିଟି ନାହାନ୍ତି ।’

ତେବେ ଭାଇରାଲ ଭିଡିଓରେ ଶ୍ରୀନିବାସ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ କଂଗ୍ରେସ ନେତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ଯବାନମାନେ ଆସି ଅଟକାଇବା ସହ କିଛି ନେତାଙ୍କୁ ଧରି ନେଇ ଗାଡ଼ିରେ ପୂରାଉଛନ୍ତି । ଏଆଇସିସି କାର୍ଯ୍ୟାଳୟ ବାହାରେ ହେଉଥିବା ଏହି ପ୍ରଦର୍ଶନରେ ଶ୍ରୀନିବାସଙ୍କୁ ଜୋର ଜବରଦସ୍ତି ଗାଡ଼ିରେ ପୂରାଉଥିବା ବେଳେ ପୋଲିସ ଓ ଯବାନ ମାନେ ତାଙ୍କ ଚୁଟିକୁ ଝିଙ୍କିବା ସହ ଠେଲି ଠେଲି ଗାଡ଼ିରେ ପୂରାଉଥିବା ଦେଖିବାକୁ ମିଳିଛି ।

ଭିଡିଓ ଭାଇରାଲ ପରେ ଏପରି କରିଥିବା କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଦିଲ୍ଲୀ ପୋଲିସ କହିଛି । ଚିହ୍ନଟ ହୋଇଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ୨ ଜଣଙ୍କୁ ସସପେଣ୍ଡ କରାଯାଇଛି । ଅବଶ୍ୟ ରାହୁଲଙ୍କ ସମେତ ବହୁ ବରିଷ୍ଠ ନେତା ଓ ସାଂସଦଙ୍କୁ ପୋଲିସ ଗିରଫ କରିଥିଲା । କଂଗ୍ରେସ ଇଡି କାର୍ଯ୍ୟକୁ ରାଜନୈତିକ ଦୁଷ୍କର୍ମ ବୋଲି କହିଛି । ରାହୁଲ ଗାନ୍ଧୀ ଏବଂ ଅନ୍ୟ ନେତାମାନଙ୍କୁ ପ୍ରାୟ ସାତ ଘଣ୍ଟା ଧରି ଗିରଫ କରାଯିବା ପରେ ମୁକ୍ତ କରାଯାଇଥିଲା ବୋଲି କଂଗ୍ରେସ କହିଛି ।

Get real time updates directly on you device, subscribe now.