fbpx

ସ୍ୱାସ୍ଥ୍ୟକର୍ମୀ ରୂପ ଧରି ଦୁଷ୍କର୍ମକାରୀଙ୍କୁ ଗିରଫ କଲା ପୋଲିସ୍, ଜାଣନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ଅପରାଧି କେତେ ବି ଚାଲାକ୍ ହେଉ ନା କାହିଁକି, ପୋଲିସ୍ ସବୁବେଳେ ତା ଠାରୁ ଦୁଇ ପାଦ ଆଗରେ ହିଁ ରହିଥାଏ । ଏପରି ଏକ ମାମଲା ରାଜଧାନୀ ଦିଲ୍ଲୀରୁ ସାମନାକୁ ଆସିଛି । ଏଠାରେ ପୋଲିସ୍ ଜଣେ ଗଣଦୁଷ୍କର୍ମକାରୀଙ୍କୁ ଖୋଜିବା ପାଇଁ ସ୍ୱାସ୍ଥ୍ୟକର୍ମୀ ବେଶ ଧାରଣ କରିଥିଲା । ତେବେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଧରିବା ସହିତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁସାରେ, ଜଣେ ୩୫ ବର୍ଷୀୟା ମହିଳା ସେପ୍ଟେମ୍ବର ୧୯ ତାରିଖରେ ଗୌରବ ଓ ରାହୁଲ ନାମଧାରୀ ଦୁଇଜଣ ବ୍ୟକ୍ତିଙ୍କ ନାମରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ପୀଡ଼ିତା ଜଣକ ସ୍ୱାମୀଙ୍କ ଠାରୁ ଅଲଗା ହେବାପରେ ଦୁଇ ପିଲାଙ୍କୁ ଧରି ଉତ୍ତମନଗର ଅଞ୍ଚଳରେ ରୁହନ୍ତି । ଅଭିଯୋଗରେ ପୀଡ଼ିତା ଜଣକ କହିଛନ୍ତି ଯେ, ୨୦୧୭ ମସିହାରେ ହରିଦ୍ୱାରରେ ସେ ଗୌରବଙ୍କୁ ଭେଟିଥିଲେ । ସେ ମଧ୍ୟ ନିଜ ସ୍ତ୍ରୀଠାରୁ ଅଲଗା ହେବାପରେ ପରିବାର ସହିତ ସେଠାରେ ରହୁଥିଲା । ଏହାର କିଛି ଦିନ ପରେ ସେମାନେ ଦିଲ୍ଲୀରେ ଭେଟିଥିଲେ ଓ ପୀଡ଼ିତାଙ୍କୁ ସେତେବେଳେ ଗୌରବ ବିବାହ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ଦିନ ହେବ ବିବାହକୁ ନାନା ପ୍ରକାର ବାହାନା କରି ଟାଳିବାକୁ ଲାଗିଲା ।

ଏପରି କିଛି ଦିନ ଯିବା ପରେ ଗୌରବ ପୀଡ଼ିତାଙ୍କୁ ଏକ ହୋଟେଲକୁ ଡାକିଥିଲା ଓ ସେଠାକୁ ତାର ସାଙ୍ଗ ରାହୁଲକୁ ବି ଡାକିଥିଲା । ସେମାନେ ଦୁଇଜଣ ମିଶି ପୀଡ଼ିତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏହାସହିତ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ଭିଡିଓ ଭାଇରାଲ କରିବା ନେଇ ଧମକ ବି ଦେଇଥିଲେ ଓ ବ୍ଲାକମେଲ୍ କରିବାକୁ ଲାଗିଲେ । ତେଣୁ ବାଧ୍ୟ ହୋଇ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ।

ପୋଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଟେକ୍ନିକାଲ୍ ସେର୍ଭଲାନ୍ସର ସାହାରା ନେଇଥିଲା । ହୋଟେଲରୁ ଗୌରବର ପରିଚୟ ପତ୍ର ମିଳିଥିଲା । କିନ୍ତୁ ପରିଚୟ ପତ୍ରରେ ଯେଉଁ ଠିକଣା ରହିଥିଲା ସେ ଠିକଣାରେ ଗୌରବ ରହୁନଥିଲା । ଏହାପରେ ଟେକ୍ନିକାଲ୍ ସର୍ଭେଲାନ୍ସ ସହାୟତାରେ ମୋବାଇଲ ନମ୍ବରର ଲୋକେସନ୍ ଟ୍ରାକ୍ କରି ପୋଲିସ୍ ଜଣେ ସ୍ୱାସ୍ଥ୍ୟ କର୍ମୀ ବେଶ ଧରି ପହଞ୍ଚିଥିଲେ । ଟିକା ଦେବା ପାଇଁ ଆସିଥିବା କର୍ମଚାରୀ ଭାବରେ ଆସି ପହଞ୍ଚିଥିଲେ । ଆଉ ସେପ୍ଟେମ୍ବର ୨୧ ତାରିଖରେ ସମ୍ପୂର୍ଣ୍ଣ ଖବର ମିଳିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିଲା ।

Get real time updates directly on you device, subscribe now.