fbpx

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ବିକଶିତ କଲେ ନୂଆ ଟେକନିକ: ସହଜରେ ଚିହ୍ନଟ ହେବ TB ବିମାରୀ, ୧ ଘଣ୍ଟାରେ ଆସିଯିବ ରେଜଲ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଟିବି ବା ଯକ୍ଷ୍ମା ଏକ ଭୟଙ୍କର ବୀମାରୀ । ତେବେ ଟିବିର ଯାଞ୍ଚ ପାଇଁ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ଟେକନିକର ସନ୍ଧାନ କରିଛନ୍ତି । ଏହି ଟେକନିକ ମାଧ୍ୟମରେ ଟିବିର ଯାଞ୍ଚ ୪୫ ମିନିଟରୁ ୧ ଘଣ୍ଟା ମଧ୍ୟରେ କରିବା ସମ୍ଭବ ହୋଇପାରିବ । ରୋଗୀର ରିପୋର୍ଟ ପଜିଟିଭ୍ କି ନେଗେଟିଭ୍ ତାହା ଖୁବ୍ କମ୍ ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବି.ଆର ଆମ୍ବେଦକର ଜୈବ ଚିକିତ୍ସା ଗବେଷଣା କେନ୍ଦ୍ର ପକ୍ଷରୁ ଏପରି ଏକ ଟେକନିକ ବାହାର କରାଯାଇଛି । ଏହି ଟେକନିକ ମାଧ୍ୟମରେ ଯକ୍ଷ୍ମା ରୋଗୀଠାରେ ରୋଗର ଚିହ୍ନଟ ମାତ୍ର ୧ ଘଣ୍ଟା ମଧ୍ୟରେ କରିବା ସମ୍ଭବ ହୋଇପାରିବ । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଯାଞ୍ଚର କିଟର ମୂଲ୍ୟ ମାତ୍ର ୫୦ ଟଙ୍କା ମଧ୍ୟରେ ରହିବ । ଏହି କିଟକୁ ପେଣ୍ଟେଣ୍ଟ କରାଯାଇ ସାରିଛି । ଏହାର ନିର୍ମାଣ ପାଇଁ କମ୍ପାନୀମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

ତେବେ ଏହି ନୂଆ ଟେକନିକର ରେଜଲ୍ଟ ଖୁବଶୀଘ୍ର ଆସିବ ଓ ଏହାପରେ ତ୍ୱରିତ ଭାବେ ରୋଗୀର ଏହାର ଚିକିତ୍ସା ମିଳିଯିବ । ଏହି ନୂଆ ଟେକନିକ ମାଧ୍ୟମରେ ୪୫ରୁ ଏକ ଘଣ୍ଟା ସମୟରେ ମଧ୍ୟରେ କନଫର୍ମଡ ପଜିଟିଭ୍ ବା ନେଗେଟିଭ୍ ରେଜଲ୍ଟ ଆସିଯିବ । ତେବେ ଏହାକୁ ବିକଶିତ କରିବା ପାଇଁ ୬ ବର୍ଷ ସମୟ ଲାଗିଥିବା ଜଣାପଡ଼ିଛି । ଏହି ଟେକନିକର ବିକାଶ ପାଇଁ ବହୁତ କମ୍ ଖର୍ଚ୍ଚ ହୋଇଛି ।

Get real time updates directly on you device, subscribe now.