fbpx

ଆଜି ବି ଏହି ଜୀବ ଅମର! ବିଶ୍ୱରେ ଏପରି ଏକ ଜୀବ ରହିଛି, ଯାହାର ମୃତ୍ୟୁ ନାହିଁ, ରିସର୍ଚ୍ଚରୁ ପ୍ରମାଣିତ

ନୂଆଦିଲ୍ଲୀ: କୁହାଯାଏ- ଜନ୍ମ ଅଛି ମାତ୍ରେ ମୃତ୍ୟୁ ନିଶ୍ଚିତ ଅଛି । ତେବେ ଏହି ବିଶ୍ୱରେ ଏପରି ଏକ ଜୀବ ରହିଛି, ଯାହାକୁ କି ମୃତ୍ୟୁ କେବେ ବି ଛୁଇଁପାରେ ନାହିଁ । ଏକଥା ଆମେ କହୁନାହୁଁ । ଗବେଷକମାନେ ଏନେଇ ମଧ୍ୟ ତଥ୍ୟ ପ୍ରଦାନ କରିସାରିଛନ୍ତି । ଏପରି ଏକ ଜୀବନର ନାମ ହେଉଛି ‘ହାଇଦ୍ରା’ । ଆମେରିକାର ଜଣେ ବୈଜ୍ଞାନିକ ହାଇଦ୍ରା ଉପରେ ରିସର୍ଚ୍ଚ କରିବା ପରେ ଉକ୍ତ ଜୀବର ମୃତ୍ୟୁ ଆଦୌ ଘଟେ ନାହିଁ ବୋଲି ଜାଣିପାରିଥିଲେ ।

ରିସର୍ଚ୍ଚ ମୁତାବକ, ହାଇଦ୍ରାର ଲମ୍ବ ଏକ ସେଣ୍ଟିମିଟର ହୋଇଥାଏ । ଏହାର ବୟସ ବିଷୟରେ କାହାକୁ କିଛି ଜଣା ନଥାଏ । ଏହି ଜୀବ ଯେ କୌଣସି ପରିସ୍ଥିତିରେ ଜୀବିତ ରହିପାରେ । କୌଣସି ପରିସ୍ଥିତି ତା’ ଉପରେ କିଛି ବି ପ୍ରଭାବ ପକାଇ ପାରିନଥାଏ । ହାଇଦ୍ରାର ମୂଳ ଶରୀର କୋଷିକା ଦ୍ୱାରା ତିଆରି ହୋଇଥାଏ । ସେଥିରେ ବହୁ କମ୍ ସଂଖ୍ୟକ କୋଷିକା ରହିଥାଏ । ଏହାର ମୂଳ କୋଷିକାଗୁଡ଼ିକ କ୍ରମାଗତ ଭାବେ ନୂଆ କୋଷିକା ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ହାଇଦ୍ରାର ଶରୀରରୁ କ୍ରମାଗତ ଭାବେ ନୂଆ କୋଷିକା ବାହାରିବାରେ ଲାଗିଥାଏ ଓ ଏହି ପ୍ରକ୍ରିୟା ସର୍ବଦା ଜାରି ରହିଥାଏ ।

ବୈଜ୍ଞାନିକଙ୍କ ମୁତାବକ, ପରିପକ୍ୱ ହେବା ପରେ ଏହି ଜୀବର ପ୍ରଜନନ କ୍ଷମତାରେ ହ୍ରାସ ପରିଲକ୍ଷିତ ହୋଇଥାଏ । ଯଦି କୌଣସି ଭାଇରସ ହାଇଦ୍ରା ମଧ୍ୟକୁ ପ୍ରବେଶ କରେ, ତେବେ ବୀମାରୀର ଆଶଙ୍କା ବଢ଼ିଯାଇଥାଏ । ଏପରି ସ୍ଥିତିରେ ହାଇଦ୍ରାର ଜୀବିତ ରହିବାର ସମ୍ଭାବନା କମ୍ ହୋଇଯାଇଥାଏ । ମୃତ୍ୟୁ ପ୍ରତ୍ୟେକ ଜୀବର ଏକ ଅନିବାର୍ଯ୍ୟ ପ୍ରକ୍ରିୟା । ମାତ୍ର ହାଇଦ୍ରାଠାରେ ଏହି ସିଦ୍ଧାନ୍ତ ବିପରୀତ ଭାବେ ଦେଖାଦେଇଥାଏ । ଯେତେବେଳେ ଏକ ଶିକାରୀ ଏହାର ଶିକାର କରେ ସେତେବେଳେ ହାଇଦ୍ରା ମୃତ୍ୟୁବରଣ କରିଥାଏ । ସେଥିପାଇଁ ତା’ଠାରେ ଅମରତ୍ୱର ଗୁଣ ଦେଖିବାକୁ ମିଳିଥାଏ । ହାଇଦ୍ରାକୁ ତାଜା ପାଣି, ସ୍ଥିର ପାଣି, ହ୍ରଦ, ପଥର, ଜଳୀୟ ବୃକ୍ଷ ଆଦିରେ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.