fbpx
BSKY
BJD SHG SKY
BJD MC SKY

ରାଜଧାନୀରେ ଆରମ୍ଭ ହେଲା ଅନଲକ୍, ଜାଣନ୍ତୁ କଣ ଖୋଲିବ…

ଭୁବନେଶ୍ୱର: ଦୀର୍ଘ ଦିନ ପରେ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଚାରିଆଡ଼େ ପଡ଼ିଥିବା ତାଲା ଖୋଲିବା ପ୍ରକ୍ରିୟା ହେଲା ଆରମ୍ଭ । ରାଜଧାନୀରୁ ଆରମ୍ଭ ହୋଇଛି ଏହି ଅନଲକ୍ ଉଦ୍ୟମ । ତେବେ ସଂକ୍ରମଣ ହାର କମ୍ ହେବାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଜାରି ରହିବ କଟକଣା । କଡ଼ା ନିୟମ ପାଳନ ଓ ଅନୁଶାସନ ମଧ୍ୟରେ ଅନଲକ୍ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି ।

ଅନଲକ୍ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବା ଫଳରେ ରାଜଧାନୀରେ ଆର୍ଥିକ କାରବାର ପୁନଃ ଆରମ୍ଭ ହେବା ଅବସ୍ଥାକୁ ଆସିଛି । ସମ୍ପ୍ରତି କଣ୍ଟେନମେଣ୍ଟ ଜୋନ୍ ବାହାରେ ରହିଥିବା ବଜାର ଓ ମଲ୍ ଗୁଡ଼ିକୁ ଅଡ୍-ଇଭେନ୍ ଫର୍ମୁଲା ଆଧାରରରେ ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲିପାରିବ । ତେବେ ସ୍ୱତନ୍ତ୍ର ଭାବେ ରହିଥିବା ଦୋକାନ ୭ ଦିନ ଖୋଲିବ କିନ୍ତୁ ମଲ୍ ଭିତରେ ଥିବା ଦୋକାନ ପାଇଁ ଅଡ୍-ଇଭେନ୍ ଫର୍ମୁଲା ଲାଗୁହେବ । ଏପରିକି ଲକଡାଉନ୍ ଆଗକୁ ମଧ୍ୟ ଜାରି ରହିବ । ଆସନ୍ତୁ ଜାଣିବା ରାଜଧାନୀ ଦିଲ୍ଲୀରେ କଣ ସବୁ ଖୋଲିବ ଆଉ କଣ ବନ୍ଦ ରହିବ:

ଜିମ୍, ସ୍ପା ଓ ସେଲୁନ୍ ରହିବ ବନ୍ଦ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗତ ଶନିବାର ଲକଡାଉନ୍ ଢିଲା କରିବା ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ ସୋମବାରଠାରୁ ୫୦ ପ୍ରତିଶତ ଲୋକଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ଚାଲିବ । ସରକାର ବିଭିନ୍ନ ଗଳିକନ୍ଦିରେ ରହିଥିବା ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି । ଏପରିକି ନୂଆ ନିୟମ ଅନୁପାଳନ କରାଯାଇ ମଦ ଦୋକାନ ମଧ୍ୟ ଖୋଲିବ । ତେବେ ସିନେମା-ଥିଏଟର୍ ଆଦି ବନ୍ଦ ରହିବ । ଏଥିସହ ହୋମ୍ ଡେଲିଭରୀ ଓ ଖାଦ୍ୟ ପାର୍ସଲ୍ ବ୍ୟତୀତ ରେଷ୍ଟୁରାଣ୍ଟ୍ ମଧ୍ୟ ସାର୍ବଜନୀନ ଭାବେ ଖୋଲା ରହିବ ନାହିଁ । ଅନଲାଇନ୍ ପ୍ଲାଟଫର୍ମରେ ହୋମ ଡେଲିଭରିକୁ ମିଳିବ ଅନୁମତି ।

ମଦ ଦୋକାନ ପାଇଁ ମଧ୍ୟ ଅଡ୍-ଇଭେନ୍ ଫର୍ମୁଲା

ସରକାରୀ ଅଫିସ୍ ଗୁଡ଼ିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବାକୁ ଥିବାବେଳେ ୱାର୍କ ଫ୍ରମ୍ ହୋମ୍ ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନକୁ ବାଦ୍ ଦେଲେ ମୋଟ ଉପରେ ୫୦ ପ୍ରତିଶତ ଦୋକାନ ଖୋଲା ରହିବ । ସେହିପରି ମଦ ଦୋକାନ ମଧ୍ୟ ଅଡ୍-ଇଭେନ୍ ଫର୍ମୁଲା ଅନୁସାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୁପ୍-ଏ ସରକାରୀ କର୍ମଚାରୀ ଅଫିସ୍ ଆସିବେ

ସମସ୍ତ ନୂଆ ନିୟମ ଓ କଟକଣା ଭିତରେ ଦିଲ୍ଲୀ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସରକାରୀ ଅଫିସ୍ରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି । ତେବେ ‘ଗ୍ରୁପ୍-ଏ’ର ସମସ୍ତ କର୍ମଚାରୀ ଅଫିସ୍ ଆସିବାକୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ ଗତ ଏପ୍ରିଲ୍ ୧୯ରୁ ଦିଲ୍ଲୀରେ ଲକଡାଉନ୍ ଆରମ୍ଭ ହୋଇଥିଲା । ଯାହାକି  ପର୍ଯ୍ୟାୟ କ୍ରମେ ବଢ଼ି ଚାଲିଥିଲା । ସମ୍ପ୍ରତି ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ମୋଟ ଉପରେ ଦିଲ୍ଲୀରେ ଆଉ ସପ୍ତାହେ ଅର୍ଥାତ୍ ଜୁନ୍ ୧୪ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି ।

delhi unlock process starts with conditions from 7th June #OdisahBhaskar

Get real time updates directly on you device, subscribe now.