fbpx
BSKY SKY
BSKY SKY

କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡରେ ସୃଷ୍ଟି ହେଉଛି ଅଧିକ ଆଣ୍ଟିବଡି

BSKY

ନୂଆଦିଲ୍ଲୀ: ଫଙ୍ଗସ୍ ଏବଂ ଟିକାକୁ ନେଇ ଦେଶରେ ବିଭିନ୍ନ ପ୍ରକାରର ଅଧ୍ୟୟନ ଜାରି ରହିଛି । ଏହାରି ମଧ୍ୟରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୁ ନେଇ ୧୨ ରାଜ୍ୟର ୧୯ ହସ୍ପିଟାଲରେ ହୋଇଥିବା ଅଧ୍ୟୟନରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟର ଖୁଲାସା ହୋଇଛି । ଏହା ଅନୁଯାୟୀ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି । ପରୋକ୍ଷରେ କହିଲେ କୋଭାକ୍ସିନ୍ ଠାରୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ । ଅଧ୍ୟୟନରୁ ଜଣାପଡିଛି ଯେ, କୋଭାକ୍ସିନ୍ ରେ ୮୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହେଉଥିବା ବେଳେ କୋଭିସିଲ୍ଡରେ ୯୦ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜୁରାଟ ଏବଂ ଝାଡଖଣ୍ଡର ୬ଟି ହସ୍ପିଟାଲର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ମିଳିତ ଭାବରେ ଏହି ଅଧ୍ୟୟନକୁ ପୂରା କରିଥିବା ବେଳେ ଅନ୍ୟ କିଛି ରାଜ୍ୟର ମଧ୍ୟ ହସ୍ତକ୍ଷେପ ରହିଛି । ଯାହା ଏହି ଅଧ୍ୟୟନକୁ ଲକ୍ଷ୍ୟ ପ୍ରଦାନ କରିଛି ।

ତେବେ ଏହି ଅଧ୍ୟୟନ ଅନୁସାରେ, ଭାରତରେ ବର୍ତ୍ତମାନ ବିତରଣ ହେଉଥିବା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ, ଉଭୟ ପ୍ରଭାବଶାଳୀ ହେଲେ କୋଭିସିଲ୍ଡ ଦ୍ୱାରା ଅଧିକ ଆଣ୍ଟିବଡି ତିଆରି ହୋଇପାରୁଛି । ଏଥିରେ ୨୨ଟି ସହରର ୫୧୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଆଯାଇଥିଲା । ତେବେ ୫୧୫ ଜଣ ମଧ୍ୟରେ ୩୦୫ ଜଣ ପୁରୁଷ ଥିବା ବେଳେ ୨୧୦ ଜଣ ମହିଳା ରହିଥିଲେ । ୯୦ ଜଣଙ୍କ ଠାରେ କୋଭାକ୍ସିନ୍ ଦିଆଯାଇଥିବା ବେଳେ ୪୨୫ଜଣଙ୍କ ଠାରେ କୋଭିସିଲଡ ଦିଆଯାଇଥିଲା । ଏଥିରେ କୋଭିସିଲ୍ଡ ନେଇଥିବା ୪୨୫ ଜଣଙ୍କ ଠାରେ ୯୮.୧ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିଲା ଏବଂ କୋଭାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କ ଠାରେ ୮୦ ପ୍ରତିଶତ ଆଣ୍ଟିବଡି ତିଆରି ହୋଇପାରିଥିଲା ।

ଏଥିସହିତ କୋଭିସିଲ୍ଡର ଗୋଟିଏ ଡୋଜ୍ କୋଭାକ୍ସିନ୍ ତୁଳନାରେ ୧୦ ଗୁଣ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରୁଛି । ହେଲେ ଯଦି ଦୁଇଟି ଡୋଜ୍ କଥା କହିବା ତେବେ କୋଭିସିଲ୍ଡର ଗୋଟିଏ ଡୋଜ୍ କୋଭାକ୍ସିନ୍ ତୁଳନାରେ ୬ ଗୁଣ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରୁଥିା ଏହି ଅଧ୍ୟୟନରୁ ଜଣାପଡିଛି । ଖାଲି ସେତିକି ନୁହେଁ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପଜିଟିଭିଟି ହାର ମଧ୍ୟ ଖୁବ୍ କମ୍ ରହୁଥିବା ଦେଖିବାକୁ ମିଳିଛି । ହେଲେ କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ହାର ଆଶିଂକ ଅଧିକ ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ କୋଭିଡ୍ ଭାଇରସ୍ ସହିତ ଲଢ଼ିବା ପାଇଁ ଟିକାକରଣ ଉପରେ ଜୋର୍ ଦିଆଯାଉଛି । ଏହି ଆଧାରରେ ଅନେକ ଗୁଡିଏ ବିଦେଶୀ ଟିକାକୁ ମଧ୍ୟ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ନିକଟରେ ରୁଷୀୟ ଟିକା ସ୍ଫୁଟନିକ୍-ଭି କୁ ଅନୁମୋଦନ ଦିଆଯାଇଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଅଧିକରୁ ଅଧିକ ବିତରଣ ହୋଇନାହିଁ । ତେବେ ଅନ୍ୟପଟେ ଟିକାକରଣ ଜୋରଦାର୍ ହେବା ପରଠାରୁ ନୁତନ ମାମଲା ର୍ହାର ଦେଶରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୩୬ ଜଣ ଚିହ୍ନଟ ହୋଇଛନ୍ତି ଏବଂ ୨ ହଜାର ୪୨୭ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.