fbpx

ବେଲୁଚିସ୍ତାନରେ ହିନ୍ଦୁ ବ୍ୟବସାୟୀଙ୍କୁ ମିଳୁଛି ହତ୍ୟା ଧମକ, ଭୟରେ ଦୋକାନ ବଜାର ଖୋଲୁ ନାହାନ୍ତି ଲୋକେ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ହିନ୍ଦୁ ବ୍ୟବସାୟୀଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି । ଯାହା ଏବେ ସୀମା ପାର୍ କରିଛି । ବାରମ୍ବାର ହିନ୍ଦୁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଛି । ଯାହା ଫଳରେ ସେମାନେ ସେଠାରେ ନିଜର ଭରଣପୋଷଣ କରିବାରେ ଏବେ ଅନେକ ବାଧାବିଘ୍ନର ସାମନା କରୁଛନ୍ତି । ଅତ୍ୟାଚାରର ସୀମା ପାର୍ ସେତେବେଳେ କରିଥିଲା ଯେତେବେଳେ ଜଣେ ହିନ୍ଦୁ ବ୍ୟବସାୟୀ ଅଶୋକ କୁମାରଙ୍କୁ ଏକ ଅଜଣା ଆକ୍ରମଣରେ ହତ୍ୟା କରାଯାଇଥିଲା । ଆଉ ଏହି ହତ୍ୟା ପରଠାରୁ ସେମାନଙ୍କୁ ନାନା ପ୍ରକାରର ଧମକ ଦିଆଯାଉଛି । ଏପରିକି ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ମିଳୁଛି ।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ମୁତାବକ, ଖୁଜଦାର ଜିଲ୍ଲାର ଏକ ବଜାରରେ ସପ୍ତାହିକ ବଟି ନ ମିଳିବାରୁ ବଜାରରେ ଫାଙ୍କା ଗୁଳିଚାଳନା କରାଯାଇଥିଲା । ଏହି ଗୁଳିକାଣ୍ଡରେ ଜଣେ ହିନ୍ତୁ ବେପାରୀ ପ୍ରାଣ ହରାଇଥିଲେ । ଖାଲି ସେତିକି ନୁହେଁ ବଜାର ଏବଂ ରାସ୍ତାଘାଟରେ ପୋଷ୍ଟର ଛପାଯାଇଥିଲା ଯେ, ଦୋକାନୀମାନେ ଯଦି ସ୍ଥାନୀୟ ମହିଳାଙ୍କୁ ଦୋକାନରେ ପ୍ରବେଶ କରିବାକୁ ଅନୁମତି ଦେବେ ତେବେ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ବ୍ୟବସାୟୀଙ୍କ ହତ୍ୟା ପରେ ଦୋକାନୀ ଏବଂ ସ୍ଥାନୀୟ ଲୋକ ଅତୀତରେ ବିରୋଧ କରିଥିଲେ । ବିକ୍ଷୋଭକାରୀମାନେ ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ ଏବଂ ସେମାନଙ୍କ ପ୍ରତିବାଦ ଜଣାଇ ସରକାରଙ୍କୁ ଆକ୍ରମଣକାରୀଙ୍କଠାରୁ ମୁକ୍ତ କରିବାକୁ ଦାବି କରିଥିଲେ । ନ୍ୟାସନାଲ ପାର୍ଟିର କର୍ମୀ ଏବଂ ବ୍ୟବସାୟୀମାନେ ସ୍ଥାନୀୟ ପ୍ରଶାସନ ବିରୋଧରେ ନାରା ଦେଇଥିଲେ ଏବଂ ଦାବି କରିଥିଲେ ଯେ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ଦାୟୀ ସଂସ୍ଥାଗୁଡ଼ିକ ସେମାନଙ୍କର କାର୍ୟ୍ୟ କରିବାରେ ବିଫଳ ହୋଇଛନ୍ତି ଏବଂ ଜୀବନ ଓ ସମ୍ପତ୍ତିକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ବ୍ୟବସାୟୀମାନେ ଅଶୋକ କୁମାରଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ ।

Get real time updates directly on you device, subscribe now.