fbpx

ଦିଲ୍ଲୀ ଜଳ ସଂକଟ; ହରିୟାଣା ସରକାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ଅତିଶୀ, ଅନ୍ୟପଟେ ଜଳ ମନ୍ତ୍ରୀ ସର୍ବଦଳୀୟ ବୈଠକ କରନ୍ତୁ ବୋଲି କହିଛନ୍ତି ବିଜେପି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖାଦେଇଥିବା ଜଳ ସଂକଟକୁ ନେଇ ଆପ୍ ମନ୍ତ୍ରୀ ତଥା ଜଳ ମନ୍ତ୍ରୀ ଅତିଶୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ସେ ଅଭିଯୋଗ କରିଛନ୍ତି ଯେ ହିମାଚଳ ପ୍ରଦେଶରୁ ଦିଲ୍ଲୀ ଆସୁଥିବା ପାଣି ହରିୟାଣା ସରକାର ଷଡ଼ଯନ୍ତ୍ର କରି ଅଟକ ରଖିବାକୁ ଚେଷ୍ଟା କରୁଛି । ଗୋଟିଏ ପଟେ ଜଳ ସଂକଟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ବେଳେ ଅନ୍ୟପଟେ ହରିୟାଣା ସରକାର ପାଣି ଅଟକ ରଖି ଜଳ ସଂକଟ ବୃଦ୍ଧି କରୁଥିବା କହିଛନ୍ତି ଅତିଶୀ ।

ଦିଲ୍ଲୀ ସରକାର ଜଳର ଅଭାବ ପୂରଣ କରିବା ପାଇଁ ଲୋକଙ୍କୁ ସୀମିତ ମାତ୍ରାରେ ପ୍ରୟୋଗ କରିବା ଏବଂ ସଂଚୟ କରିବା ପାଇଁ ନିବେଦନ କରିଛନ୍ତି । ଦିଲ୍ଲୀରେ ଜଳ ସଂକଟକୁ ନିୟନ୍ତ୍ରିତ କରିବା ପାଇଁ ଟ୍ୟୁବୱେଲ ଚଲାଇବାର ସମୟ ସୀମା ଦ୍ୱିଗୁଣିତ କରିଦିଆଯାଇଛି । ପୂର୍ବରୁ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଟ୍ୟୁବୱେଲ ବ୍ୟବହାର ପରିବର୍ତ୍ତେ ବର୍ତ୍ତମାନ ତାହା ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସୋମବାର ସୁପ୍ରିମକୋର୍ଟରେ ହେବାକୁ ଥିବା ଆଗାମୀ ଶୁଣାଣିରେ ହରିୟାଣା ସରକାର ଦ୍ୱାରା ପାଣି ଅଟକ ରଖିବା ପ୍ରସଙ୍ଗ ଉପସ୍ଥାପିତ ହେବ । ଅତିଶୀଙ୍କ କହିବାନୁଯାୟୀ ଦିଲ୍ଲୀ ଜଳ ଆପୂର୍ତ୍ତି ପାଇଁ ଜମୁନା ନଦୀ ଉପରେ ନିର୍ଭରଶୀଳ । ୱଜିରାବାଦ, ଚନ୍ଦ୍ରାୱଲ ଏବଂ ଓଖଲା ସ୍ଥିତ ହାଇଡ୍ରୋ ପାୱାର ପ୍ଲାଣ୍ଟକୁ ଜମୁନା ନଦୀ ଜଳ ଯୋଗାଇଥାଏ ।
ଅପରପକ୍ଷରେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବ ଅଭିଯୋଗ କରିଛନ୍ତି କି ଜଳ ମନ୍ତ୍ରୀ ଅତିଶୀ ଜଳ ସଂକଟକୁ ନେଇ ସାଧାରଣ ଜନତାଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ସେ ନିଜ ଅସଫଳତା ପାଇଁ ହରିୟାଣା ସରକାରଙ୍କ ଉପରେ ଅଭିଯୋଗ କରୁଛନ୍ତି । ବାସ୍ତବରେ ଦିଲ୍ଲୀରେ ଦେଖାଦେଇଥିବା ଜଳ ସଂକଟ ଜଳ ଲାଇନରେ ଲିକେଜ୍ କାରଣରୁ ହେଉଛି । ଏଥିପାଇଁ ଜଳମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ବୈଠକ କରିବାକୁ ପଡ଼ିବ । ଦିଲ୍ଲୀରେ ଶୁଦ୍ଧ ଜଳର ଚୋରି କିମ୍ବା ଲିକେଜ ଯୋଗୁଁ ଜଳ ସଂକଟ ଦେଖାଦେଇଥାଏ ।

Get real time updates directly on you device, subscribe now.