fbpx

ଡରାଇଲାଣି ଡେଙ୍ଗୁ, ସଚେତନ କଲେ ମହିଳା ଗୋଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ଭୟ ସମ୍ପୂର୍ଣ୍ଣ ଟଳିନଥିବାବେଳେ ସମ୍ପ୍ରତି ରାଜଧାନୀରେ ଡେଙ୍ଗୁ ଭୟ ଘାରିଲାଣି । ତେବେ ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନତା କରାଇଛନ୍ତି ବିଭିନ୍ନ ମହିଳା ଗୋଷ୍ଠୀ । ରୋଗଦାଉରୁ କିଭଳି ସୁରକ୍ଷିତ ରହିହେବ ଏବଂ ଏଥିପାଇଁ କଣ ସବୁ କରିବାକୁ ପଡ଼ିବ ସେନେଇ ମହିଳା ସ୍ୱେଚ୍ଛାସେବୀମାନେ ଲୋକଙ୍କୁ ଘରଘର ବୁଲି ବୁଝାଇଛନ୍ତି ।

ରାଜଧାନୀର ସାଲିଆସାହି ନିରଙ୍କରି ନଗର ଅଞ୍ଚଳରେ ଏଭଳି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ୱାର୍ଡ ନଂ-୨୧ର ପୂର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନା, ସାରଥୀ ମହିଳା ଆରୋଗ୍ୟ ସମିତି ଏବଂ ଶ୍ରୀ ଶ୍ରୀ ମହିଳା ଆରୋଗ୍ୟ ସମିତି ତରଫରୁ ଘରକୁ ଘର ବୁଲି ଡେଙ୍ଗୁ ସମ୍ପର୍କରେ ଲୋକଙ୍କୁ ବୁଝାଇ ଦିଆଯାଇଥିଲା । ଘର ଆଖପାଖରୁ ଆବର୍ଜନା ହଟାଇବା, ଦୀର୍ଘଦିନ ଧରି ଜମି ରହିଥିବା ପାଣି ସଫା କରିବା ଓ ସୁସ୍ଥ ଜଳ ପିଇବା ସହ ମଶା ଦାଉରୁ ବର୍ତ୍ତିବା ସମ୍ପର୍କରେ ମହିଳାମାନେ ଲୋକଙ୍କୁ ବୁଝାଇଥିଲେ । ଏଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ମଧ୍ୟ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.