fbpx

ଭୁବନେଶ୍ବରରେ ୨୦୦ ଟପିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା: ଚିନ୍ତାରେ ରାଜଧାନୀବାସୀ

ଭୁବନେଶ୍ୱର: ବର୍ଷାଦିନ କାରଣରୁ ମଶାମାନଙ୍କର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଏଥିଲାଗି ଏବେ ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି । ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୧୧୫ ଥିଲାବେଳେ ଚଳିତ ମାସ ୨୭ ତାରିଖ ସୁଦ୍ଧା ୨୧୧ରେ ପହଞ୍ଚିଛି । ତେବେ ଏଥିରୁ ସ୍ପଷ୍ଟ ଯେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଏହା ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି ।

ସେହିପରି ରାଜଧାନୀରେ ଟିକେ ବର୍ଷାରେ ଚାରିଆଡେ ପାଣି ହୋଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନଗୁଡିକ ସଫା ନହେବାରୁ ସେଥିରେ ମଶା ବଂଶ ବିସ୍ତାର କରିବାରେ ଲାଗିଛନ୍ତି । ପୂର୍ବବର୍ଷ ବିଏମ୍‌ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଯାହା ଫଳରେ ସଂକ୍ରମଣ ବଢ଼ୁଥିବା ଅଭିଯୋଗ କରୁଛନ୍ତି ।

Get real time updates directly on you device, subscribe now.