ନୂଆଦିଲ୍ଲୀ- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ପୃଥିବୀର ପ୍ରାୟ ୧୦୦ ଦେଶରେ ଡେଙ୍ଗୁ ଜ୍ୱର ଦେଖିବାକୁ ମିଳୁଛି । ୟୁରୋପୀୟ ଦେଶଗୁଡିକରେ ମଧ୍ୟ ଡେଙ୍ଗୁ ସଂକ୍ରମଣ ଦେଖିବାକୁ ମିଳୁଛି । ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବେଳେ ୩୬ହଜାର ରୋଗୀଙ୍କ ମୃତ୍ୟୁ ହେଉଛି ।
ଡେଙ୍ଗି ଭୂତାଣୁ ଦ୍ୱାରା ସଂକ୍ରମିତ ଏହି ଜ୍ୱର ଏଡିସ୍ ଇଡିପ୍ଟି ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ । ଏହି ମଶା କେବଳ ଡେଙ୍ଗୁ ନୁହେଁ, ଚିକୁନ ଗୁନିଆ, ଜିକା ଫିଭର, ମାୟାରୋ ଓ ୟେଲୋ ଫିଭର ଭୂତାଣୁ ସଂକ୍ରମଣର ବାହକ । ଡେଙ୍ଗୁ ଜ୍ୱର ସାଧାରଣତଃ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଦେଖାଦେଇଥାଏ । ବିଶେଷ କରି ସହରାଞ୍ଚଳରେ ଅଧିକ ହୋଇଥାଏ । ଡବ୍ଲୁଏଚଓ ଅନୁଯାୟୀ ପୃଥିବୀର ପ୍ରାୟ ୧୦୦ ଦେଶ ଏହି ଜ୍ୱର ଦ୍ୱାରା ପ୍ରଭାବିତ ହୋଇଛି ।
ଡେଙ୍ଗୁ ଭୂତାଣୁ ସଂକ୍ରମିତ ହେବାର ୪-୧୦ ଦିନରେ ଏହାର ଲକ୍ଷଣ ଦେଖାଦିଏ ଓ ୨-୭ ଦିନ ଭିତରେ ଉପଶମ ମିଳିଥାଏ । ଏହି ଜ୍ୱର ଭଲ ହେବକୁ ୧୫ ଦିନରୁ ଅଧିକ ସମୟ ଲାଗେ । ଏହି ଜ୍ୱରରେ ତାପମାତ୍ରା ୧୦୪ ଡିଗ୍ରୀରୁ ଅଧିକ ରହିବା ସହ ଆଖି ବିନ୍ଧା, ମୁଣ୍ଡବିନ୍ଧା, ଗୋଡହାତ, ଗଣ୍ଠି ବିନ୍ଧା ହୋଇଥାଏ । ତେଣୁ ଡେଙ୍ଗୁକୁ ବ୍ରେକ ବୋନ ଫିଭର ମଧ୍ୟ କୁହାଯାଏ । ଜ୍ୱରରେ ଆକ୍ରାନ୍ତଙ୍କୁ ବାନ୍ତିହେବାକ ପରି ଅନୁଭୂତ ହୁଏ, ଶରୀର ଗ୍ରନ୍ଥି ଫୁଲି ଦେହରେ ନାଲି ନାଲି ଦାଗ ଦେଖାଦିଏ । ଜ୍ୱର ସାଂଘାତିକ ହେଲେ ବାନ୍ତି, ହାଲିଆ ଲାଗିବା, ପେଟ ଦରଜ, ଶ୍ୱାସକ୍ରିୟାରେ ପ୍ରଖରତା ଦେଖାଦେଇଥାଏ ଓ ଓଠ, ପାଟି ଅଠା ହୋଇଯାଏ । ଶରୀର ଥଣ୍ଡାପଡେ । ତେଣୁ ଏମିତି ଲକ୍ଷଣ ଦେଖାଦେବା ମାତ୍ରେ ହସ୍ପିଟାଲ ଯାଇ ଚିକିତ୍ସା କରାଇବା ଆବଶ୍ୟକ ।
ଆଧୁନିକ ଚିକିତ୍ସାହେ ଏଯାଏଁ ଏହି ରୋଗର କୌଣସି ଚିକିତ୍ସା ବାହାରିନି । ରୋଗୀ ଅଧିକ ପାଣି ସହ ତରଳ ପଦାର୍ଥ ଗ୍ରହଣ କରିବା ଉଚିତ । ଜ୍ୱର ଓ ଗୋଡ ହାତ ବିନ୍ଧା ଚିଟିକା ହେଲେ ପାରାସିଟାମଲ ଖାଇବାକୁ ଡାକ୍ତର ଦେଇଥାନ୍ତି । ତେବେ ହୋମିଓପାଥିରେ ଏହି ଜ୍ବରରୁ ଅଧିକ ସୁଫଳ ମିଳିଥାଏ । ଏହା ବ୍ୟତୀତ ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ଗଙ୍ଗଶିଉଳି ପତ୍ର, ଅମୃତଭଣ୍ଡା ପତ୍ରର ରଶ ସହାୟକ ହୋଇଥାଏ । ଗଙ୍ଗଶିଉଳି ଜ୍ୱର ଉପଶମ କରୁଥିବା ବେଳେ ଶରୀରର ପ୍ଲାଟେଲେଟ ବଢାଏ ଅମୃତଭଣ୍ଡା ପତ୍ର ।