fbpx

ଦିୱାଲିରେ ମିଳିଲାନି ବୋନସ୍‌, ରାଗରେ ମାଲିକଙ୍କ ଜୀବନ ନେଇଗଲେ ଦୁଇ କର୍ମଚାରୀ

ନାଗପୁର: ମହାରାଷ୍ଟ୍ର ନାଗପୁରରେ ଶନିବାର ଦୀପାବଳି ବୋନସ୍ ଦେବାକୁ ମନା କରିଦେବାରୁ ଢାବା ମାଲିକଙ୍କୁ ତାଙ୍କର ୨ କର୍ମଚାରୀ ପିଟି ପିଟି ମାରି ଦେଇଛନ୍ତି । ମୃତକ ହେଉଛନ୍ତି ରାଜୁ ଢେଙ୍ଗରେ ଯାହାଙ୍କୁ ଶନିବାର ନାଗପୁର ଗ୍ରାମୀଣ ଅଞ୍ଚଳରେ ଥିବା ଢାବାରେ ଅଭିଯୁକ୍ତ କର୍ମଚାରୀ ପିଟି ପିଟି ହତ୍ୟା କରିଛନ୍ତି ।

ମଧ୍ୟପ୍ରଦେଶ ମଣ୍ଡଲାରେ ରହୁଥିବା ଅଭିଯୁକ୍ତ ଛୋଟୁ ଓ ଆଦି ଏବେବି ଫେରାର ଅଛନ୍ତି । ପୋଲିସ କହିଛି ମୃତକ ଢେଙ୍ଗରେ ପ୍ରାୟ ୧ମାସ ପୂର୍ବେ ସହରର ମଧ୍ୟପ୍ରଦେଶ ରାଜ୍ୟ ବସଷ୍ଟପ୍ ନିକଟରେ ଥିବା ଢାବାରେ ଜଣେ ଶ୍ରମିକ ଠିକାଦାରଙ୍କ ମାଧ୍ୟମରେ ଏହି ଦୁଇ ଅଭିଯୁକ୍ତଙ୍କୁ କାମରେ ରଖିଥିଲେ ।

ପୋଲିସ କହିଛି ଦୀପାବଳିରେ ବୋନସ୍ ଦାବୀ ନେଇ ଢେଙ୍ଗରେଙ୍କର ଆଦି ଓ ଛୋଟୁ ସହ ରାତିରେ ଖାଦ୍ୟ ଖାଉଥିବା ସମୟରେ ପାଟିତୁଣ୍ଡ ହୋଇଥିଲା । ଢେଙ୍ଗରେ ସେମାନଙ୍କୁ ପଇସା ଦେବାକୁ ପ୍ରସ୍ତୁତ ଥିଲେ କିନ୍ତୁ କିଛି ଦିନ ପରେ ଏହା ଦେଇଥାନ୍ତେ । ରାତିରେ ଖାଇସାରିବା ପରେ ଢେଙ୍ଗରେ ଏକ ଖଟ ଉପରେ ଯାଇ ଶୋଇ ପଡିଥିଲେ । ଏହି ସମୟରେ ଆଦି ଓ ଛୋଟୁ ଏକ ଦଉଡିରେ ପ୍ରଥମେ ତାଙ୍କ ବେକ ଚିପି ଦେଇଥିଲେ । ଏହାପରେ ତାଙ୍କ ମୁଣ୍ଡକୁ ଏକ ଓଜନଦାର ଜିନିଷରେ ପ୍ରହାର କରିବା ସହ ତାଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.