fbpx

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ସୁଯୋଗ: DEO, ସୁପରଭାଇଜର, ଆସିଷ୍ଟାଣ୍ଟ ଆଦି ୯ ପ୍ରକାର ପଦ ଖାଲି

AAKASH

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଓଡ଼ିଶା ଭିତରେ ନିଯୁକ୍ତି ଦିଆଯିବ । ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ମାଲକାନଗିରି, ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କ କାର୍ଯ୍ୟାଳୟ ଠିକଣାରେ ପ୍ରାର୍ଥୀମାନେ ସେମାନଙ୍କର ସମସ୍ତ ଡକ୍ୟୁମେଣ୍ଟ ପଠାଇ ପାରିବେ ।

ବ୍ଲକ ଆକାଉଣ୍ଟସ ମ୍ୟାନେଜର / ଆକାଉଣ୍ଟାଣ୍ଟ କମ୍ ଡିଇଓ, ସିନିୟର ଟ୍ରିଟମେଣ୍ଟ ସୁପରଭାଇଜର ଓ କେସ ରେଜିଷ୍ଟ୍ରି ଆସିଷ୍ଟାଣ୍ଟ ପରି ୯ ପ୍ରକାର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ଓ ବେତନ ହାର ଅଲଗା ଅଲଗା ରହିଛି । ମାଲକାନଗିରି ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ରେ ଏହି ନିଯୁକ୍ତି ଦିଆଯିବ ।

ଏଥିରେ ଚାକିରି କରିବାକୁ ହେଲେ ପ୍ରାର୍ଥୀଙ୍କୁ କିଛି ସର୍ତ୍ତାବଳୀ ମାନିବାକୁ ପଡ଼ିବ । ପ୍ରାର୍ଥୀ ଭାରତର ନାଗରିକା ହେବ ସହିତ ସେ ଓଡ଼ିଆ ଭାଷା ଲେଖିବା, କହିବା ଓ ପଢ଼ିବା ଭଲ ଭାବେ ଜାଣିଥିବେ । ସେ ହାଇସ୍କୁଲ ବା ମାଧ୍ୟମିକ ସ୍କୁଲରେ ଓଡ଼ିଆ ବିଷୟ ରଖି ପାସ ପାସ କରିଥିବେ । ପ୍ରାର୍ଥୀଙ୍କର ବୟସ ୨୧ରୁ ଅଧିକ ହୋଇଥିବ । ଅନୁସୂଚିତ ଜାତି (ଏସି), ଅନୁସୂଚିତ ଜନଜାତି (ଏସଟି), ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ ।

ନୋଟିଫିକେସନ ଲିଙ୍କ: https://cdn.s3waas.gov.in/s35ea1649a31336092c05438df996a3e59/uploads/2023/09/2023090761.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://malkangiri.nic.in/

Get real time updates directly on you device, subscribe now.