fbpx
BSKY
BJD SHG SKY
BJD YOUTH SKY

ଜି-୨୦ ବୈଠକରେ ‘Global BioFuels Alliences’ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ: ବିଶ୍ୱବାସୀଙ୍କୁ ବଡ଼ ଉପହାର, ଜାଣନ୍ତୁ ଉପକାରିତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମ୍ ରେ ଜି-୨୦ ବୈଠକର ଆଲୋଚନା ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ସେଶନ ଶେଷ ହୋଇଥିବା ବେଳେ ଏଥିରେ ବିଶ୍ୱ ପାଇଁ କିଛି ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଫୁଏଲ ବ୍ଲେଣ୍ଡିଙ୍ଗ କ୍ଷେତ୍ରରେ ସମସ୍ତ ରାଷ୍ଟ୍ରକୁ ଏକତ୍ର ହୋଇ କାମ କରିବାକୁ ମୋଦୀ ଏଥିରେ ଆହ୍ୱାନ ଦେଇଛନ୍ତି । ପେଟ୍ରୋଲରେ ଇଥାନଲ ବ୍ଲେଣ୍ଡିଙ୍ଗକୁ ବିଶ୍ୱ ସ୍ତରରେ ୨୦% ପର୍ଯ୍ୟନ୍ତ ନେବା ପାଇଁ ପଦକ୍ଷେପ ନେବା ଉଚିତ୍ । ନଚେତ୍ Global goods ପାଇଁ ଅନ୍ୟ କୌଣସି ବ୍ଲେଣ୍ଡିଙ୍ଗ ମିକ୍ସ ଉପରେ କାର୍ଯ୍ୟ କରିବା ନେଇ ମଧ୍ୟ ମୋଦୀ ବୈଠକରେ ପ୍ରସ୍ତାବ ରଖିଛନ୍ତି । ଏହାଦ୍ୱାରା ଏନର୍ଜି ସପ୍ଲାଏ ଜାରି ରହିବା ସହ ଜଳବାୟୁ ମଧ୍ୟ ସୁରକ୍ଷିତ ରହିବ । ତେଣୁ ଏହି ଉଦ୍ଦେଶ୍ୟରେ Global BioFuels Alliences (ଗ୍ଲୋବାଲ ବାୟୋଫୁଏଲ ଆଲାଏନ୍ସ) ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

‘ୱାନ୍ ଆର୍ଥ’ରେ ଜି-୨୦ ଶିଖର ସମ୍ମିଳନୀ ସେଶନରେ ପରିବେଶ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ ପାଇଁ ଜି-୨୦ ସାଟେଲାଇଟ ମିଶନ୍ ଆରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତାବ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହିତ ଗ୍ରୀନ କ୍ରେଡିଟ ପଦକ୍ଷେପ ଉପରେ କାର୍ଯ୍ୟ କରିବା ପାଇଁ ରାଷ୍ଟ୍ରମୁଖ୍ୟମାନଙ୍କୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି । ତେବେ ସ୍ଥାୟୀ ବାୟୋ ଫୁଏଲ୍ସ(ଜୈବ ଇନ୍ଧନ)ର ବ୍ୟବହାରକୁ ବୃଦ୍ଧି କରିବା ହେଉଛି ଗ୍ଲୋବାଲ ବାୟୋଫୁଏଲ୍ସ ଆଲାଏନ୍ସ ଲଞ୍ଚ କରିବାର ମୁଖ୍ୟ ଉଦ୍ଦେଶ୍ୟ ।

BioFuels (ବାୟୋଫୁଏଲ) କ’ଣ?

ଗଛ-ଲତା, ଶସ୍ୟ, ଶୈବାଳ ଏବଂ ଫୁଡ ୱେଷ୍ଟରୁ ପ୍ରସ୍ତୁତ ଇନ୍ଧନକୁ ବାୟୋଫୁଏଲ୍ସ ବା ଜୈବ ଇନ୍ଧନ ବୋଲି କୁହାଯାଏ । ଏହାକୁ ବିଭିନ୍ନ ପ୍ରକାରର ମାୟୋମାସରୁ ମଧ୍ୟ ବାହାର କରାଯାଇପାରେ । ତେବେ ଏଥିରେ କାର୍ବନର ପରିମାଣ କମ୍ ରହିଥାଏ । ତେବେ ଯଦି ଏହାର ବ୍ୟବହାର ବୃଦ୍ଧି ହୁଏ, ତେବେ ବିଶ୍ବରେ ପାରମ୍ପରିକ ଇନ୍ଧନ ପେଟ୍ରୋଲ-ଡିଜେଲ ଉପରେ ନିର୍ଭରତା କମ୍ ହେବ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ।

Get real time updates directly on you device, subscribe now.