fbpx
BSKY
BJD MC SKY
BJD YOUTH SKY

ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ଘୋଷଣା ହେଲା ରିଜର୍ଭ ଡେ, ମ୍ୟାଚ ବାତିଲ ହେବା ନେଇ ବି ରହିଛି ଆଶଙ୍କା

କଲମ୍ବୋ; ଏସିଆ କପ୍‌ର ସୁପର ୪ ରେ ଭାରତ ସ୍ଥାନ ପାଇବା ସହ ପାକିସ୍ତାନ ବିପକ୍ଷରେ ଆଉ ଏକ ବ୍ଲକବଷ୍ଟର ମୁକାବିଲା କରିବାକୁ ଯାଉଛି । ଆସନ୍ତା କାଲି ପୁଣି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ମାତ୍ର କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ପୁଣି ବର୍ଷା ଆଶଙ୍କା ରହିଛି । ଯାହାକୁ ନେଇ ସେପ୍ଟେମ୍ବର ୧୦ ତାରିଖରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେ ଦିନ ପ୍ରବଳ ବର୍ଷା ହେବାର ୯୦% ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସୋମବାର ଏହି ମ୍ୟାଚ ପାଇଁ ରିଜର୍ଭ ଦିନ ଭାବେ ରଖାଯାଇଛି । କିନ୍ତୁ ପୂର୍ବାନୁମାନରେ ଏହା ମଧ୍ୟ କୁହାଯାଇଛି ଯେ, ସୋମବାର ବା ୧୧ତାରିଖରେ ବର୍ଷା ହେବାର ସମ୍ଭାବନା ୧୦୦ ପ୍ରତିଶତ ଅଛି।

ସୂଚନା ଥାଉକି, ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ମାତ୍ର ବର୍ଷା ହେବା କାରଣରୁ ମ୍ୟାଚ ବାତିଲ ହୋଇଯାଇଥିଲା । ଫଳରେ ଉଭୟ ଦଳକୁ ପଏଣ୍ଟ ୧ ଲେଖାଏଁ ଦିଆଯାଇଥିଲା । ପୂର୍ବରୁ ୨ ପଏଣ୍ଟରେ ଥିବା ପାକିସ୍ତାନ ଆଉ ୧ ପଏଣ୍ଟ ପାଇ ମୋଟ ୩ ପଏଣ୍ଟରେ ପହଞ୍ଚି ସୁପର-୪କୁ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଭାରତ ମାତ୍ର ୧ ପଏଣ୍ଟ ହାସଲ କରି ସନ୍ତୁଷ୍ଟ ରହିଥିବା ବେଳେ ପରେ ନେପାଳକୁ ପରାସ୍ତ କରି ୩ ପଏଣ୍ଟ ସହ ସିଧାସଖଳ ସୁପର-୪ରେ ପାଦ ରଖିଛି । ବର୍ଷା ଯୋଗୁଁ ନେପାଳ ବିପକ୍ଷ ମ୍ୟାଚରେ ବି ପ୍ରଭାବିତ ହୋଇଥିଲା ଭାରତ, ହେଲେ ପ୍ରତିକୂଳ ପରିସ୍ଥିତିରେ ବି ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା । କଲମ୍ବୋରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ଯେଉଁ କାରଣରୁ ମ୍ୟାଚ ବାତିଲ ହେବା ନେଇ ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.