fbpx

ବିଶ୍ୱରେ ପ୍ରଥମ ଘଟଣା: ବୈଜ୍ଞାନିକମାନେ ଘୁଷୁରୀ ଭ୍ରୁଣ ମଧ୍ୟରେ ବିକଶିତ କଲେ ମଣିଷ କିଡନୀ

AAKASH

ନୂଆଦିଲ୍ଲୀ: ମଣିଷ ଶରୀର ପାଇଁ କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏହା ମଇଳା ପଦାର୍ଥକୁ ବାହାର କରିବା ସହ ରକ୍ତକୁ ପରିଷ୍କାର କରିଥାଏ । ତେବେ ଯଦି କାହାର କିଡନୀ ଖରାପ ହୋଇଯାଏ, ସେ କ୍ଷେତ୍ରରେ କିଡନୀ ପ୍ରତିରୋପଣ କରାଯାଇଥାଏ । ଗତବର୍ଷ ଆମେରିକାରେ ୨୫ ହଜାରରୁ ଅଧିକ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ୨୦୨୦ରେ ୯୦ ହଜାର ଲୋକ ପ୍ରତ୍ୟାରୋପଣ ପାଇଁ ଅପେକ୍ଷା କରି ରହିଥିବା ବେଳେ ପ୍ରତିବର୍ଷ ପାଖାପାଖି ୫ ହଜାର ଲୋକ ଏପରି ସ୍ଥିତିରେ ମୃତ୍ୟୁବରଣ କରୁଛନ୍ତି ।

ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଘୁଷୁରୀର ଭ୍ରୁଣ ଭିତରେ କିଡନୀ ବିକଶିତ କରିଛନ୍ତି । ଏହା ଅନ୍ୟ ମଣିଷଙ୍କ ଶରୀରରେ କିଡନୀ ପ୍ରତିରୋପଣ କରାଇବା କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି । ପ୍ରଥମେ ଘୁଷୁରୀର ଭ୍ରୁଣରେ ଜେନେଟିକ୍ ପରବର୍ତ୍ତନ କରାଯାଇଥିଲା । ତା’ପରେ କାନବ ସେଲକୁ ପଶୁର କିଡନୀ ଭିତରେ ପ୍ରବେଶ କରାଯାଇଥିଲା ।

ପ୍ରଥମ ଥର ପାଇଁ କୌଣସି ଅନ୍ୟ ପ୍ରଜାତିର ଶରୀର ଭିତରେ ଏକ ମାନବୀକୃତ ଅଙ୍ଗକୁ ବିକଶିତ କରାଯାଇଥିବା ରିସର୍ଚ୍ଚ ଟିମର ସଦସ୍ୟମାନେ କହିଛନ୍ତି । ଚାଇନିଜ୍ ଆକାଡେମୀ ଅଫ୍ ଲାଇଫ୍ ସାଇନ୍ସେନ୍ସର ବୈଜ୍ଞାନିକମାନେ ଏହି ସଫଳତା ହାସଲ କରିଛନ୍ତି । ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରିବା ପରେ ଏହି ସଫଳତା ମିଳିଛି । ତେବେ ଏହି ଟେକ୍ନୋଲୋଜିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିପାରେ । ମାନବ ଷ୍ଟେମ କୋଷିକା ସହିତ ଘୁଷୁରୀର ଭ୍ରୁଣକୁ ଏକତ୍ର କରିବା ଏକ ଚ୍ୟାଲେଞ୍ଜପୂର୍ଣ୍ଣ କାର୍ଯ୍ୟ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି । ଯେତେବେଳେ ଭ୍ରୁଣଗୁଡ଼ିକ ସରୋଗେଟ୍ ମାଆ ଘୁଷୁରୀଠାରେ ପ୍ରତିରୋପିତ କରାଯାଇଥିଲା, ତା’ପରେ ମାନବ ସେଲ୍ସ ଧାରଣ କରିଥିବା କିଡନୀ ବଢ଼ିବାକୁ ଲାଗିଥିଲା । ଏହାପରେ ୨୮ ଦିନ ପରେ ଏକ ସାଧାରଣ ଗଠନ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.