fbpx
BSKY
BJD SHG SKY
BJD YOUTH SKY

(Video) ମୁଁ ଟମାଟୋ କହୁଛି, ମୋ ଦୁଃଖ କାହାଣୀ ଟିକିଏ ଶୁଣନ୍ତୁ… ମୂଲ୍ୟ କମିବା ପରେ ମାର୍କେଟରେ କାନ୍ଦୁଛି ଟମାଟୋ

ବର୍ତ୍ତମାନ ଟମାଟୋର ମହଙ୍ଗା ମାଡ଼ରୁ ମୁକ୍ତି ପାଇଛନ୍ତି ଖାଉଟି । ୨୦୦-୩୦୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ଏବେ ଗ୍ରାହକ ସ୍ୱାଭାବିକ ମୂଲ୍ୟରେ ପାଇ ପାରୁଛନ୍ତି । କିଛି ଦିନ ତଳେ ପରିବାମାନଙ୍କର ରାଜା ବୋଲି କୁହାଯାଉଥିବା ଟମାଟୋର ଭାଉ କିନ୍ତୁ ଏବେ ମାର୍କେଟରେ କମିଯାଇଛି । କିଛି ଦିନ ତଳେ ଟମାଟୋ କିଣିବାକୁ ଡରୁଥିବା ବେଳେ ଗ୍ରାହକ ବର୍ତ୍ତମାନ ୩୦-୪୦ ଟଙ୍କାରେ ବି ଏହାକୁ କିଣିବା ପାଇଁ ରାଜି ହେଉନାହାନ୍ତି । ଏହାବ୍ୟତୀତ ବଜାରରେ ଟମାଟୋର ଚାହିଦା ମଧ୍ୟ ହ୍ରାସ ପାଇଛି । କିଲୋ ପିଛା ଏବେ ୩- କିମ୍ବା ୪୦ ଟଙ୍କାରେ ଟମାଟୋ ବିକ୍ରି ହେଉଥିବା ବେଳେ ଗ୍ରାହକ ଏଥିରୁ ମୁହଁ ଫେରାଇ ନେଉଛନ୍ତି ।

କ’ଣ ଥିଲି କ’ଣ ହେଲି ଦିନ ଥିଲା ମୋତେ କିଣି ଖାଇବା ତ ଦୂରର କଥା ମୋତେ ଲୋକେ ଦେଖି ଡରୁଥିଲେ । ମୋର ଡିମାଣ୍ଡ୍ ଏତେ ବଢିଯାଇଥିଲା ଯେ ମୁଁ ରୋଷେଇ ଘରେ ମିଳୁ ନଥିଲି କିଏ ମୋତେ ନେଇ ବାକ୍ସରେ ରଖୁଥିଲା ଆଉ ମୋ ପାଇଁ କାହା ଘରେ ଚୁଲି ଜଳୁ ନଥିଲା ଖାଲି ସେତିକି ନୁହେଁ ମୋ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବି ହୋଇଛି । କହିବାକୁ ଗଲେ ମୁଁ ସେତେବେଳେ ରାଜ୍ କରୁଥିଲେ ରାଜ୍ , ଖାଲି ଯେ ଓଡିଶା ନୁହେଁ ସବୁଠି ଚହଳ ମୁଁ ପକାଇଥିଲି । ହେଲେ ମୋର ଏବେ ସ୍ଥିତି ବଦଳି ଯାଇଛି ମୁଁ ଆଜି ରାସ୍ତାରେ ଅଲୋଡା ପଡି ରହିଛି କିଲୋ ୨୦୦ ରୁ ୪ ଟଙ୍କାରେ ବି ଲୋକେ ନେଉ ନାହାନ୍ତି…

କେଇଦିନ ତଳେ ରୋଷେଇ ଘରେ ଦେଖିବାକୁ ମିଳୁ ନଥିଲା । ଦର ଏତେ ଉଚ୍ଚା ଥିଲା ଯେ ଲୋକେ ତା ନାଁ ଶୁଣିଲେ ବାପ୍ରେ ବୋଲି କହୁଥିଲେ । ପରିସ୍ଥିତି ଏମିତି ହେଲା ଯେ କେଉଁଠି ଟମାଟୋ ପାଇଁ ମାଡ଼ଗୋଳ ତ ଆଉ କେଉଁଠି ଟମାଟୋ ଚୋରି ହୋଇଗଲା । ହେଲେ ସେଇ ଜିନିଷଟି ଏବେ ରାସ୍ତାରେ ଅଲେଡ଼ା ହୋଇ ଗଡୁଛି । ଆଜ୍ଞା, ଆମେ କହୁଛୁ ଟମାଟୋ କଥା । କିଛି ଦିନ ତଳେ ଟମାଟୋ ଦାମ୍ ପହଞ୍ଚିଥିଲା ୨୦୦ ଟଙ୍କାରେ । ଲୋକଙ୍କ ନିତିଦିନିଆ ପରିବା ବ୍ୟାଗ ଓ ଗୃହିଣୀଙ୍କ ଫ୍ରିଜ୍ରୁ ପୂରା ଗାଏବ ହୋଇଯାଇଥିଲା ଏହି ପରିବା । ହେଲେ ଏବେ ଚାଷୀ ତାକୁ ରାସ୍ତାରେ ଗଡ଼ାଇ ଦେଇଛନ୍ତି ।ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଟମାଟୋ କିଲୋ ମାତ୍ର ୪ ଟଙ୍କା ।

ବିଶ୍ୱାସ ହେଉନି ନା ? ଆମର ଏଠି ଏବେ ୩୦ରୁ ୫୦ ଟଙ୍କା କିଲୋରେ ଟମାଟୋ ବିକ୍ରି ହେଉଛି । ହେଲେ ଆନ୍ଧ୍ରରେ ଏବେ ଏଭଳି ସ୍ଥିତି । ୪ ଟଙ୍କାରେ ବିକ୍ରି କରି ଚାଷୀ ତ ଲାଭ ପାଉନି । ତା ସହିତ ଗରାଖ ମଧ୍ୟ ତାକୁ ଅନାଉ ନାହାନ୍ତି । ତେଣୁ ଚାଷୀମାନେ ଟମାଟୋ ସବୁକୁ ରାସ୍ତାରେ ଗଡ଼ାଇ ନଷ୍ଟ କରି ଦେଉଛନ୍ତି । ଆନ୍ଧ୍ର ପ୍ରଦେଶର କୁରନୁଲ ଜିଲ୍ଲାରେ ଟମାଟୋ ମାତ୍ର ୪ ଟଙ୍କା କିଲୋରେ ବିକ୍ରି ହେଉଛି । ଫଳରେ ଚାଷୀଙ୍କ ଖର୍ଚ୍ଚ ବି ଉଠୁ ନାହିଁ । ତେଣୁ ସେମାନେ ଟମାଟୋ ସବୁକୁ ରାସ୍ତା ଉପରେ ଫିଙ୍ଗି ଦେଉଛନ୍ତି ।

Get real time updates directly on you device, subscribe now.