fbpx

ଚନ୍ଦ୍ରବାବୁ ନାଇଡୁ ଗିରଫ ମାମଲା: ଗିରଫକୁ ବିରୋଧ କରି ଧାରଣାରେ ବସିଲେ ଦଳୀୟ କର୍ମୀ

AAKASH

ଆନ୍ଧ୍ର ପ୍ରଦେଶ : ଆନ୍ଧ୍ର ପ୍ରଦେଶରେ ଏବେ ରାଜନୈତିକ ଡ୍ରାମା ଚାଲିଛି । ୯ ସେପ୍ଟେମ୍ବରରେ ପୋଲିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା । ଏହାକୁ ନେଇ ଏବେ ସେଠାରେ ହାଇଡ୍ରାମା ଦେଖିବାକୁ ମିଳୁଛି । ତେଲଗୁ ଦେଶ ପାର୍ଟିରେ ଦଳୀୟ ନେତାଙ୍କର କ୍ରୋଧ ଦେଖିବାକୁ ମିଳୁଛି । ନିଜ ନେତାଙ୍କୁ ମୁକ୍ତ କରିବା ପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି । ଏହି ଘଟଣାକୁ ନେଇ ଚିଲୁରିପେଟରେ ଉତ୍ତେଜନା ଦେଖିବାକୁ ମିଳୁଛି । ଚନ୍ଦ୍ରବାବୁଙ୍କୁ ନେଇ ଯାଉଥିବା ଗାଡିକୁ ମଧ୍ୟ ଅଟକା ଯାଇଛି । ଚନ୍ଦ୍ରବାବୁଙ୍କୁ ବିଜୟୱାଡା ନିଆଯାଉଛି । ଯାହା ଫଳରେ ତାଙ୍କୁ ସେଠାରେ କୋର୍ଟରେ ହାଜର କରାଯିବ । କିନ୍ତୁ ପାର୍ଟିର ନେତାମାନେ ତାଙ୍କ ଗାଡିକୁ ଅଧଘଣ୍ଟାରୁ ଅଧିକ ସମୟ ଅଟକାଇଛନ୍ତି ।

ଚନ୍ଦ୍ରବାବୁଙ୍କ ଗିରଫ ବିରୋଧରେ ପୂର୍ବତନ ମନ୍ତ୍ରୀ ପୁଲାରାଓଙ୍କ ନେତୃତ୍ୱରେ ଟିଡିପିର ହଜାରେରୁ ଅଧିକ କର୍ମୀ ଏକାଠି ହୋଇ ନ୍ୟାସନାଲ ହାଇୱେରେ ଧାରଣାରେ ବସିଥିଲେ । ତେବେ ଏହି ଧାରଣା ପାଇଁ ସେଠାରେ ଟ୍ରଫିକ ଜାମ ପରିସ୍ଥିତି ଦେଖା ଦେଇଥିଲା । ଧାରଣାରେ ସାମିଲ ହୋଇଥିବା ମହିଳାମାନଙ୍କୁ ପୋଲିସ ଘଉଡାଇବାକୁ ଚେଷ୍ଟା କରିଥିଲା । ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ତାଙ୍କ ପିତାଙ୍କୁ ଦେଖା କରିବାକୁ ଆସିଥିଲେ କିନ୍ତୁ ତାଙ୍କୁ ମଧ୍ୟ ପିତାଙ୍କ ସହ ଦେଖା କରିବାକୁ ଦିଆ ଯାଇନଥିଲା । ଫଳରେ ସେ ମଧ୍ୟ ରାସ୍ତା ଉପରେ ବସି ଧାରଣା ଦେଇଥିଲେ ।

ଚନ୍ଦ୍ରବାବୁ ନାଇଡୁଙ୍କୁ କୌଶଳ ବିକାଶ କରପୋରେସନ ଦୁର୍ନିତି ମାମଲାରେ ଗିରଫ କରାଯାଇଛି । ଏଥି ପାଇଁ ସିଆଡି ତରଫରୁ ୱାରେଣ୍ଟ ମଧ୍ୟ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଚନ୍ଦ୍ରବାବୁ ଏହି ଦୁର୍ନିତି ମାମଲାରେ ଦୋଷୀ ଏବଂ କିଛି ଦିନ ମଧ୍ୟରେ ତାଙ୍କୁ ଗିରଫ କରାଯିବ । ଏହି ଘଟଣାକୁ ନେଇ ଚନ୍ଦ୍ରବାବୁ କହିଛନ୍ତି “ମୁଁ କୌଣସି ଦୁର୍ନିତି କିମ୍ବା ଭଷ୍ଟ୍ରାଚାର କରି ନାହିଁ । ସିଆଇଡି ସୂଚନା ନ ଦେଇ ମତେ ଗିରଫ କରିଛନ୍ତି । ମୁଁ ତାଙ୍କୁ ପ୍ରମାଣ ଦେଖାଇବାକୁ କହିଥିଲି କିନ୍ତୁ ସେ ମତେ ପ୍ରମାଣ ଦେଖାଇବାକୁ ମନା କରିଥିଲେ । ଏହା ଛଡା ମୋର କୌଣସି ମାମଲାରେ ହସ୍ତକ୍ଷପ ନଥାଇ ମଧ୍ୟ ସେମାନେ ମୋର ନାଁକୁ ଏଫଆଇଆରରେ ଯୋଡିଛନ୍ତି ।”

Get real time updates directly on you device, subscribe now.