fbpx

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୧ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ। ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ପାରାଦ୍ୱୀପଠୁ ୨୯୦, ଦୀଘାଠୁ ୪୧୦ କିମି ଦୂରରେ ଅବସ୍ଥିତ ଏହି ଅବପାତ। ଆସନ୍ତା ୨୪ ଘଣ୍ଟାରେ ଗଭୀର ଅବପାତର ରୂପ ନେବ। ପରେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗରେ ସୂଚନା ରହିଛି। ଏହି ପ୍ରଭାବରେ ୧୧ ତାରିଖ ଯାଏଁ ଲାଗିରହିବ ବର୍ଷା। ଏହି ଲଘୁଛାପ ଯୋଗୁଁ ରାଜ୍ୟରେ ବର୍ଷା ଲାଗିରହିଛି। ଆଜି ସକାଳେ ଭୁବନେଶ୍ୱର ଏବଂ କଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ତେବେ ଅବପାତ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି, ସେଥିପାଇଁ ମତ୍ସଜୀବିଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

Get real time updates directly on you device, subscribe now.