fbpx

ବାଇକରେ କୁମ୍ଭୀର ନେବା ଘଟଣାରେ ଡ଼େପୁଟି ରେଞ୍ଜର ନିଲମ୍ବିତ

ଗଞ୍ଜାମ, ୧୪ା୯(ଓଡ଼ିଶା ଭାସ୍କର): ବାଇକରେ କୁମ୍ଭୀର ବୋହିବା ଘଟଣାରେ ଆଜି ଦିଗପହଣ୍ଡିର ଡେପୁଟି ଅଫିସର ଇନଚାର୍ଯ ପ୍ରମୋଦ କୁମାର ଖଡ଼ଗରାୟ ନିଲମ୍ବିତ ହୋଇଛନ୍ତି । ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି । ଏହାସହ ଏହି ଘଟଣାରେ ସାମିଲଥିବା ଅନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।ଏହି ଘଟଣାର ତଦନ୍ତ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଦିଗପହଣ୍ଡିର ତଲାସିଙ୍ଗି ଗ୍ରାମର ଚାଷ ଜମିରୁ ଏକ କୁମ୍ଭୀର ଉଦ୍ଧାର ହୋଇଥିଲା । ବନବିଭାଗ ଉପସ୍ଥିତିରେ ହିଁ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା । କୁମ୍ଭୀରକୁ ଉଦ୍ଧାର କରାଯିବା ପରେ ବାଇକରେ ବୁହା ହୋଇଥିବା ବ୍ରହ୍ମପୁର ଡ଼ିଏଫଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.