fbpx

ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ: ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବଙ୍କ ଚିଠି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୧ ତାରିଖରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖିଛନ୍ତି । ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଏହି ନିର୍ବାଚନ ହେବ । ଗତ ୮ ତାରିଖରେ ବିଧାନସଭା ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ । ତା’ ପରଠାରୁ ଉକ୍ତ ପଦ ଖାଲି ପଡ଼ିଥିଲା । ତେଣୁ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖ ଦିନ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହାକୁ ନେଇ ତା’ ପୂର୍ବଦିନ ଅର୍ଥାତ ୭ ଦିନ ତମାମ ପ୍ରବଳ ଚର୍ଚ୍ଚା ଜାରି ରହିଥିଲା । ମାତ୍ର ସେଦିନ ସନ୍ଧ୍ୟା ସୁଦ୍ଧା କୌଣସି ଇସ୍ତଫା ପତ୍ର ବିଧାନସଭା ସଚିବାଳୟ ଓ ବାଚସ୍ପତିଙ୍କ ନିକଟରେ ପହଞ୍ଚିଥିଲା । ଶେଷରେ ୮ ତାରିଖ ଦିନ ଶ୍ରୀ ସିଂହ ନିଜ ପଦରୁ ଇସ୍ତଫା ଦେଇଥିଲେ । ସଂଗଠନକୁ ଦୃଢ଼ କରିବା ଲକ୍ଷ୍ୟରେ ରଜନୀକାନ୍ତଙ୍କୁ ଇସ୍ତଫା ଦେବାକୁ ଦଳ ପକ୍ଷରୁ କୁହାଯାଇଥିବା ଚର୍ଚ୍ଚା ହୋଇଥିଲା ।

ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବା ନେଇ ନିକଟରେ ବେଶ୍ ଚର୍ଚ୍ଚା ହୋଇଥିଲା । ତେଣୁ ନିର୍ବାଚନ ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ବିଜେଡି ପ୍ଲାନ୍ ପ୍ରସ୍ତୁତ କରିସାରିଛି । ନିକଟରେ ବିଜେଡି ତା’ର ସଂଗଠନରେ ଅନେକ ନୂଆ ନେତାଙ୍କୁ ନିଯୁକ୍ତି ଦେଇଥିଲା । ଏହା ପୂର୍ବରୁ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ପ୍ରମିଳା ମଲ୍ଲିକ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.