fbpx
BSKY
BJD YOUTH SKY
BJD MS SKY

(Video) ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ: ଘୋଷଣା କଲେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲାର କଇଁଫୁଲ ଗ୍ରାମରେ ଘଟିଥିବା ଅଘଟଣକୁ ନେଇ ଆସିଛି ଏକ ଦୁଃଖ ଖବର । ୨୦ ଫୁଟ ବୋରୱେଲ ଭିତରେ ଖସି ପଡ଼ିଥିବା ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା । ମାତ୍ର ମେଡିକାଲରେ ପହଞ୍ଚିଥିବା ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି ।

ବୃଦ୍ଧାଙ୍କୁ ୨୦ ଫୁଟର ବୋରୱେଲ ଭିତରୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଥିଲେ । ବୃଦ୍ଧାଙ୍କୁ ଉଦ୍ଧାର ପରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଯେଉଁଠି ବୃଦ୍ଧା ଖସି ପଡ଼ିଥିଲେ ତା’ ନିକଟରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଯାଇଥିଲା । ୮୦ ବର୍ଷୀୟା ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବା କୁହାଯାଇଥିଲା । ମାତ୍ର ମେଡିକାଲ ନେବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୫ ଘଣ୍ଟା ଧରି ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ ।

ବୃଦ୍ଧାଙ୍କୁ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ନିଜ ଝିଅ ଘରକୁ ଯାଇଥିବା ସମୟରେ ବୃଦ୍ଧା ଜଣଙ୍କ ୨୦ ଫୁଟର ବୋରୱେଲ ଭିତରେ ଖସି ପଡ଼ିଥିଲେ । ତେବେ ଏହି ବୋରୱେଲ କିଏ ଓ କାହିଁକି ଖୋଳିଥିଲା ସେନେଇ ତଦନ୍ତ ହେବ । ଏଥିସହିତ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବର୍ଣ୍ଣପୁର ଏସପି କହିଛନ୍ତି । ପୂର୍ବରୁ ବୃଦ୍ଧାଙ୍କ ନିକଟକୁ ପାଇପ୍ ଯୋଗେ ଅକ୍ସିଜେନ ପହଞ୍ଚା ଯାଇଥିଲା । ସମସ୍ତଙ୍କର କଠିନ ପ୍ରୟାସ ଫଳରେ ବୃଦ୍ଧା ଜଣଙ୍କ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲା ।

Get real time updates directly on you device, subscribe now.