ଶୀତରୁ ବର୍ତ୍ତିବାକୁ ଦେଶୀ ଜୁଗାଡ ବାହାର କରିଛନ୍ତି ଜେଜେ, ଯାହାର ଭିଡିଓ ଭାଇରାଲ ହେଉଛି

ଓଡିଶା ଭାସ୍କର: କାର୍ତ୍ତିକ ମାସ ହେଲାଣି, ହେଲେ ଶୀତ ନାହିଁ । ହେଲେ ସୋସିଆଲ ମିଡିଆରେ ଶୀତକୁ ମାତ ଦେବାର ଏକ କୌଶଳ ଜୋରସୋରରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ କେମିତି ଶୀତରୁ ବଞ୍ଚିବାକୁ ଜଣେ ବୃଦ୍ଧ କି ଦେଶୀ ଯୁଗାଡ ଆପଣେଇଛନ୍ତି, ତାକୁ ଦେଖି ୟୁଜର୍ସ ମଜା ନେଉଛନ୍ତି । ବୃଦ୍ଧ ଶୀତର ପ୍ରକୋପରୁ ବର୍ତ୍ତିବାକୁ ଗୋଟିଏ ବାକ୍ସରେ ଶୋଇବା ସହ ବାକ୍ସ ଉପରେ ୨୦ଟି ରେଜେଇ ରଖିଛନ୍ତି । ଶୀତରୁ ରକ୍ଷା ପାଇଁ ଏତେ ରେଜେଇ କେହି ଘୋଡେଇ ହେବା ସମ୍ଭବ ନୁହେଁ, ଏଥିରେ ଅଣନିଶ୍ୱାସୀ ହୋଇ ମରିବାର ସମ୍ଭାବନା ରହିଛି . ତେଣୁ ବୃଦ୍ଧ ଜଣକ ଏକ ବାକ୍ସ କରି ତା ଭିତରେ ଶୋଇଥିବା ବେଳେ ବାକ୍ସ ଉପରେ ରେଜେଇ ଘୋଡାଇ ଦେଇଛନ୍ତି । ଏହି ଟ୍ରିକ ଲୋକଙ୍କୁ ମଜା ଦେଉଛନ୍ତି । ଏହାକୁ ନେଇ ଲୋକମାନେ ମଜା ମଜା କମେଣ୍ଟ ଦେଉଛନ୍ତି ।
ଏହି ଭିଡିଓକୁ ଇନଷ୍ଟାରେ ସିଙ୍ଗର ସତ୍ୟ ଭାଇ ଯାଦବ ନାମକ ବ୍ୟକ୍ତି ସେୟାର କରିଛନ୍ତି । ଏହି ଭିଡିଓକୁ ଏଯାଏଁ ୬୦ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଭିଡିଓ ଦେଖି ଲୋକଙ୍କ ହସ ଥମିବାର ନାଁ ନେଉନି । ଜଣେ ୟୁଜର ଲେଖିଛନ୍ତି, ଭାଇ ତ କମାଲ କରିଦେଲେ । ସେହିପରି ଅନ୍ୟ ଜଣେ କହିଛନ୍ତି କି, ଶୀତରୁ ବଞ୍ଚିବାକୁ ଏହା ପ୍ରକୃଷ୍ଟ ଜୁଗାଡ । ଭିଡିଓ ଦେଖି ମଜା ନେଉଛନ୍ତି ୟୁଜର୍ସ ।
ତେବେ ଭାରତ ସବୁ ବେଳେ ଜୁଗାଡରେ ଆଗରେ । ଯେମିତି ବି କଠିନ ଓ ଦୟନୀୟ ସ୍ଥିତି ହେଇଥାଉ ନା କାହିଁକି, ଆମ ଲୋକେ କିଛି ନା କିଛି ଜୁଗାଡ ବାହାର କରି ପରିସ୍ଥିତି ସହ ନିଜକୁ ସହଜ କରି ଗଢି ତୋଳନ୍ତି । ଶୀତରୁ ରକ୍ଷା ପାଇବା ପାଇଁ କେହି ନିଆଁ ଜାଳନ୍ତୁ ତ କେହି କନ୍ଥା, ଲୁଗାପଟା ଘୋଡିହୋଇ ଯାଆନ୍ତି ।