fbpx
BSKY
BJD SHG SKY
BJD YOUTH SKY

ଅବକାରୀ ବିଭାଗର ଚଢ଼ଉ, ଦେଶୀ ମଦ ସହ ପାଞ୍ଚ ଗିରଫ

ବାଲେଶ୍ୱର: ବଢ଼ିବାରେ ଲାଗିଛି ଚୋରା ମଦ କାରବାର । ଦିନ ଦ୍ୱିିପ୍ରହର ଘରକୁ ଘରକୁ ଯାଇ ବିକ୍ରି କରାଯାଉଛି ମଦ । ତେବେ ଶୁକ୍ରବାର ବାଲେଶ୍ୱର ଅବକାରୀ ଅଧିକ୍ଷକ ଅଶୋକ ଶତପଥୀଙ୍କ ନେତୃତ୍ୱରେ ସୋର ଅବକାରୀ ଏବଂ ଖଇରା ଅବକାରୀ ବିଭାଗ ସୋର ଏବଂ ବାହାନଗା ଅଞ୍ଚଳରେ ମିଳିତ ଚଢ଼ଉ କରି ଦେଶୀ ମଦ ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୋର ଅବକାରୀ ଲକ୍ଷେ ସାଧବ ପ୍ରଧାନ ଏବଂ ଖଇରା ଅବକାରୀ ଅଧିକାରୀ କଳ୍ପନା ଜେନା ଆଜି ସକାଳେ ସୋର ପୌର ପାଳିକା ଅନ୍ତର୍ଗତ ଥାନେଶ୍ୱର ଗ୍ରାମରେ ଚଢ଼ାଉ କରି ତପନ ବାରିକ ଠାରୁ ୯ ଲିଟର ଦେଶୀ ମଦ, ବରିପଦା ଗ୍ରାମର ଭାମା ମଳିକ ଠାରୁ ୯ ଲିଟର ଦେଶୀ ମଦ, ସେହି ଗ୍ରାମର ଶକୁନ୍ତଳା  ମଳିକ ଠାରୁ ୮ ଲିଟର ଦେଶୀ ମଦ, ବରଜଦେଉଳି ଗ୍ରାମର ଶମ୍ଭୁନାଥ ମାଈତି ଠାରୁ ୩୦ ଲିଟର ଦେଶୀ ମଦ ଏବଂ ଚିତ୍ତଳ ଗ୍ରାମର ବଳରାମ ମହାରଣା ଠାରୁ ୧୫ ଲିଟର ଚୋରା ଦେଶୀମଦ ଜବତ କରିବାସହ ଏଥିରେ ସମ୍ପୃକ୍ତ ଥିବା ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଏଏସଆଇ ଉର୍ମିଳା ବେହେରା, ମିନତୀ ଜେନା, ବିଜୟ ମଲିକ ଏବଂ ତପନ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.