fbpx

ଅଟକି ରହିଛି କି’ PMAY ସବସିଡି? ଏହା ହୋଇପାରେ କାରଣ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଶସ୍ତା ଗୃହଋଣଗ୍ରହୀତାଙ୍କୁ ସୁଧ ସହାୟତା ବାବଦରେ ଏପର୍ଯ୍ୟନ୍ତ ୩୦,୦୦ କୋଟି ସବସିଡି ଭାବରେ ପ୍ରଦାନ କରାଯାଇଛି । ଏହି ଯୋଜନା ୨୦୧୬ରେ ଆରମ୍ଭ ହୋଇଥିଲା । ରାଷ୍ଟ୍ରୀୟ ଆବାସ ବ୍ୟାଙ୍କ (ଏନଏଚବି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ରାହୁଲ ଭାବେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସରକାରଙ୍କ ଯୋଜନା ଅନୁଯାୟୀ ଋଣ ନେଇଥିବା ଗ୍ରହୀତାଙ୍କୁ ଗତ ପାଞ୍ଚ ବର୍ଷରେ ଆମେ ୩୦,୦୦୦ କୋଟି ସବସିଡି ଉପଲବ୍ଧ କରାଇଛୁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଆରମ୍ଭ କରାଯାଇଥିବା କ୍ରେଡିଟ ଲିଙ୍କ୍ ସବସିଡି ସ୍କିମର ଲାଭ ବହୁତ କ୍ରେତାଙ୍କୁ ମିଳୁନାହିଁ । ତେବେ ଜାଣନ୍ତୁ ସବସିଡି ନମିଳିବାର କିଛି କାରଣ…

୧. ଆୟ ସୀମାରେ ତାରତମ୍ୟ- ପିଏମଏୱାଇ ଅନୁଯାୟୀ ସୁଧ ଛାଡ଼ର ଫାଇଦା ନେବାପାଇଁ ଆୟ ସୀମା ୩ ଲକ୍ଷ, ୬ ଲକ୍ଷ ଏବଂ ୧୨ ଲକ୍ଷ ଟଙ୍କା ରଖାଯାଇଛି । ଯଦି କେହି ବ୍ୟକ୍ତି ତିିନି ଲକ୍ଷ ଟଙ୍କା ଆୟ ସୀମାରେ ଆସୁଛନ୍ତି ତେବେ ତାଙ୍କୁ ୨.୬୭ ଲକ୍ଷ ଟଙ୍କାର ଛାଡ଼ ମିଳିବ । ସେ ଇଡବ୍ଲୁଏସ ଶେଣୀରେ ଆସିବେ । ସେହିଭଳି ୬ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ଏଲଆଇଜି ଏବଂ ୬ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଏମଆଇଜି-୧ ଏବଂ ୧୨-୧୮ ଲକ୍ଷ କରୁଥିବା ଏମଆଇଜି -୨ ଶ୍ରେଣୀରେ ଆସିବେ । ଯଦି କେହି ବ୍ୟକ୍ତିଙ୍କ ଆୟ ଏବଂ ଘରର ଶ୍ରେଣୀ ମଧ୍ୟରେ ଅନ୍ତର ଦେଖାଯାଏ ତେବେ ତାଙ୍କର ସବସିଡି ଅଟକିଯାଏ ।

୨. ପିଏମଏୱାଇ ର ସିଏଲଏସଏସ ଅନୁଯାୟୀ କୌଣସି ବ୍ୟକ୍ତି ସୁଧ ଛାଡ଼ ପାଇବା ପାଇଁ ସେତେବେଳେ ଯୋଗ୍ୟ ଯେତେବେଳେ ସେ ପ୍ରଥମ ଥର ପାଇଁ ଘର କିଣୁଛନ୍ତି । ଅର୍ଥାତ ପୂର୍ବରୁ ତାଙ୍କ ନାମରେ କୌଣସି ଘର ନଥିବ । ଯଦି କୌଣସି ବ୍ୟକ୍ତିଙ୍କ ନାମରେ ପୂର୍ବରୁ ଘର ଅଛି ତେବେ ସେ ଏହାର ଲାଭ ନେଇପାରିବେ ନାହିଁ ।

୩. ଯଦି ଫର୍ମ ପୂରଣ କରିବା ସମୟରେ କୌଣସି ଭୁଲ ହୋଇଥାଏ ତେବେ ମଧ୍ୟ ସବସିଡି ଅଟକି ଯାଏ । ଉଦାହରଣ ଭାବରେ, ଆଧାର ଏବଂ ଅନ୍ୟ ଡକ୍ୟୁମେଣ୍ଟରେ ନାମରେ ପାର୍ଥକ୍ୟ ଥିଲେ ସବସିଡି ମିଳିବାରେ ଡେରି ହୋଇଥାଏ ।

୪. ସୁଧ ଛାଡ଼ ପାଇବା ପାଇଁ ଆଉ ଏକ ଜରୁରୀ କଥା ହେଉଛି ଯେଉଁ ସମ୍ପତ୍ତି ପାଇଁ ସବସିଡି ନିଆଯାଉଛି ସେଥିରେ ମହିଳା ସହ-ମାଲିକ କିମ୍ବା ସହ-ଋଣଗ୍ରହୀତା ଭାବରେ ରହିବା ଦରକାର ।

ପିଏମଏୱାଇ ଅଧୀନରେ, ସୁଲଭ ଗୃହଋଣ ପାଇଁ ତିନି ପ୍ରତିଶତ ପର୍ଯ୍ୟନ୍ତ ସୁଧରେ ସବସିଡି ଦିଆଯାଏ । ତେବେ ପ୍ରତ୍ୟେକ ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଏକକାଳୀନ ସବସିଡି ସର୍ବାଧିକ ୨.୬୭ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.