fbpx

ବିକିନିରେ ୱାଟର୍ ଫଲ୍ ମଜା ନେଉଛନ୍ତି ଆଲିଆ, ଭାଇରାଲ୍ ହେଉଛି ଫଟୋ

ଓଡ଼ିଶା ଭାସ୍କର ବ୍ୟୁରୋ: ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଆଲିଆ ନାଁ ହିଁ ଯଥେଷ୍ଟ । ଖୁବ୍ ନାଁ କମେଇଲେଣି ମହେଶ ଭଟ୍ଟଙ୍କ ଝିଅ ଆଲିଆ । ତେବେ ଫିଲ୍ମ ଦୁନିଆରୁ ଦୂରରେ ରହିଥିବା ଆଉ ଜଣେ ଯୁବତୀ ଆଲିଆ କୌଣସି ଅଭିନେତ୍ରୀ ବା ଷ୍ଟାର୍ ଠାରୁ କମ୍ ନୁହନ୍ତି । ସେ ହେଉଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କାଶ୍ୟପ । ସାଙ୍ଗସାଥୀଙ୍କ ଗହଣରେ ଖୁବ୍ ମଜା ଲୁଟୁଛନ୍ତି ଆଲିଆ । ଆଉ ଏମିତି ନଜରରେ ଆସିଛନ୍ତି ଯେ ଦର୍ଶକ ପୂରା ଦିୱାନା ହୋଇଯାଉଛନ୍ତି ।

Alia Kashyap

ଆଲିଆ ବିକିନିରେ ୱାଟର୍ ଫଲ୍ ମଜା ନେଉଥିବା ଫଟୋ ଓ ଭିଡିଓ ଶେଆର କରିଛନ୍ତି । ଯାହା ସୋସିଅଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଫଟୋରେ ଦେଖା ଯାଉଛି ଯେ ଆଲିଆ ଗ୍ରେ କଲର୍ ବିକିନି ପିନ୍ଧିଛନ୍ତି । ସାଙ୍ଗମାନଙ୍କ ଗହଣରେ ୱାଟର୍ ଫଲ୍ ଦେଖୁଥିବା ଆଉ ମଜା କରୁଥିବା ଦେଖାଯାଉଛି । ଏହି ଫଟୋ ଓ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

Alia Kashyap

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଲିଆ ଆମେରିକାରେ ରହି ପଢୁଛନ୍ତି । କିଛିଦିନ ପୂର୍ବେ ସେ ତାଙ୍କ ବୟଫ୍ରେଣ୍ଡ୍ ଶେନ୍ ଗ୍ରେଗୋଇରଙ୍କ ସହ ଭାରତ ଆସିଥିଲେ । ଭାରତରେ ନିଜର ଛୁଟି କଟାଇବା ଅବସରରେ ଆଲିଆ ତାଙ୍କ ପିତା ଅନୁରାଗ କାଶ୍ୟପ ଓ ମା ଆରତୀ ବଜାଜଙ୍କ ସହ ଖୁବ୍ ସମୟ ବିତାଇଥିଲେ । ଏପରିକି ସେକ୍ସ, ରିଲେସନଶିପ୍, ବିବାହ, ବୟଫ୍ରେଣ୍ଡ୍ ଓ ଅନ୍ୟ ସବୁ ପ୍ରସଙ୍ଗରେ ନିଜ ବାପା-ମା’ଙ୍କୁ ପଚାରିଥିଲେ ଆଲିଆ । ଯାହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା ।

 

View this post on Instagram

 

A post shared by Aaliyah Kashyap (@aaliyahkashyap)

Get real time updates directly on you device, subscribe now.