fbpx

କରୋନାରୁ ବିନାଶ: ଇରାନରେ ଖୋଳାଯାଉଛି ଶହ ଶହ କବର । ଶବ ଉପରେ ଢଳାଯାଉଛି ଚୂନ, ଦେଖନ୍ତୁ ଭିଡିଓ

ଇରାନରେ କରୋନା ଭାଇରସରେ ୧୦,୦୭୫ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୨୯ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦେଶର ସବୁଠାରୁ କରୋନା ପ୍ରଭାବିତ ଅଞ୍ଚଳ ହେଉଛି କୋମ ସହର । ଏହି ସହରରେ ଚୁପଚାପ୍ ଭାବେ ଶହ ଶହ କବର ଖୋଳାଚାଲିଛି । ସାଟେଲାଇଟ୍ ଫଟୋ ଦ୍ୱାରା ଏହାର ଖୁଲାସା ହୋଇଛି, ଯାହାକି ପାଶ୍ଚାତ୍ୟ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଇଛି ।

କରୋନା ଭୂତାଣୁ ଇରାନରେ ଦେଶରେ ବିନାଶର କାରଣ ହୋଇଥିବା ବେଳେ କୋମ ସହରର ଏକ ନିଛାଟିଆ ସ୍ଥାନରେ ଶହ ଶହ କବର ଖୋଳାଯାଉଛି ବୋଲି ଗାର୍ଜିନିୟା ଖବରକାଗଜରେ ପ୍ରକାଶ ପାଇଛି । ଏହି ଖବର ପ୍ରଥମେ ନ୍ୟୂୟର୍କ ଟାଇମ୍ସ ଦ୍ୱାରା ପ୍ରକାଶିତ ହୋଇଥିଲା । ଏଥିରେ ଲେଖାଯାଇଥିଲା କି, କୋମରେ ପ୍ରାୟ ୩୦୦ ଫୁଟ ଲମ୍ବର ଶହ ଶହ କବର ଖୋଳାଯାଉଛି ।

ତେବେ କୋମ ସହର ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ । ୨୪ ଫେବ୍ରୁଆରୀରୁ ଏହି କବର ଖୋଳାଚାଲିଛି ।

 

ଡେଲି ମେଲର ଖବର ଅନୁସାରେ, କରୋନା ଭାଇରସ୍ ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କୁ କୋମ ସହରର ଏହି କବରଗୁଡିକରେ ପକାଯାଉଛି ଏବଂ ସେମାନଙ୍କ ଉପରେ ଚୂନ ଢଳାଯାଇଛି । ଯାହାଫଳରେ ମୃତଦେହଟି ଖୁବଶୀଘ୍ର ସମାଧି ମଧ୍ୟରେ ନଷ୍ଟ ହୋଇଯିବ ।

Get real time updates directly on you device, subscribe now.