fbpx

କରୋନା ଭାଇରସ୍, ସବୁ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ଦିନକୁ ଦିନ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା ରହିବ । ଏହାସହ ଘରୋଇ ଲାବୋରେଟୋରୀ ରେ covid-19ର ମଧ୍ୟ ପରୀକ୍ଷା କରିପାରିବେ । ରାଜ୍ୟ ଆଇଡ଼ିଏଚପି ୟୁନିଟ ଜରିଆରେ ପରୀକ୍ଷଣ ପାଇଁ ନମୁନା ପଠାଇବେ । ୧୪ଦିନ ମଧ୍ୟରେ କରୋନା ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ କଣ୍ଟ୍ରୋଲ ରୁମକୁ ସ୍ୱେଚ୍ଛାକୃତ ଭାବେ ଜଣାଇବାକୁ ନୋଟିସ ମଧ୍ୟ ହୋଇଛି । ଯଦି କୌଣସି ବ୍ୟକ୍ତି କରୋନା ସନ୍ଦିଗ୍ଧ ହୋଇଥିବେ ତେବେ ତାଙ୍କୁ ଏକୁଟିଆ ରଖିବାକୁ ବାଧ୍ୟ କରିପାରିବେ ଅଧିକୃତ ଅଫିସର । ଯଦି ନିର୍ଦ୍ଦେଶ ଅମାନ୍ୟ କଲେ ଆଇପିସି ଧାରା ୧୮୮ ରେ ଦଣ୍ଡନୀୟ ହେବେ ବୋଲି ସୂଚନା ମିଳିଛି । ଅଧିକୃତ ଅଫିସର ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ପ୍ରତିଷେଧକ ବ୍ୟବସ୍ଥା ମଧ୍ୟ କରିପାରିବେ । କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ସ୍ଥାନରେ କଟକଣା ଜାରି କରିପାରିବେ । ସଂକ୍ରମିତ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ମଧ୍ୟ ଲଗାଇପାରିବେ । ଏହାସହ ଅଧିକୃତ ଅଫିସର କରୋନା ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିପାରିବେ । କୌଣସି ସରକାରୀ କୋଠାକୁ ସନ୍ଦିଗ୍ଧଙ୍କ ରହଣିସ୍ଥଳ ଘୋଷଣା କରିପାରିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.