fbpx

ମିଳିଲା ୫ ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର:୨ ।୫(ଓଡିଶା ଭାସ୍କର): ଆଉ ୫ ଜଣ କରୋନା ଆକ୍ରାନ୍ତଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପଂହଚିଛି ।ନୂଆ ୫ ଆକ୍ରାନ୍ତ ଯାଜପୁରର ।ଏମାନଙ୍କ ମଧ୍ୟରେ ୩ ଜଣ ପୁରୁଷ ଥିବା ବେଳେ ଦୁଇ ଜଣ ମହିଳା । ସଭିଏଁ କୋଲକାତାରୁ ଫେରିଥିଲେ ।

 

ହୋମ କ୍ୱାରେଣ୍ଟାଇନରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ସଦର ବ୍ଳକର ହୋଇଥିବା ବେଳେ ଜଣେ ବରୀର ଓ ଅନ୍ୟଜଣେ ବିଂଝାରପୁର ଅଂଚଳର । କିନ୍ତୁ ଚିନ୍ତାର ବିଷୟ ଯେ ଏହି ୫ ଆକ୍ରାନ୍ତଙ୍କ ଠାରେ କରୋନାର କୈାଣସି ଲକ୍ଷଣ ନଥିଲା । କିନ୍ତୁ ସ୍ୱାବ ଟେଷ୍ଟରୁ ରିପୋର୍ଟ ପଜେଟିଭ ଆସିଛି ।

Get real time updates directly on you device, subscribe now.