fbpx

ଲକଡାଉନ ଖୋଲିବା ପରେ ସ୍କୁଲରେ ନୂଆ କଣ ?

ଭୁବନେଶ୍ୱର:୨ ।୫(ଓଡିଶା ଭାସ୍କର): ଲକ ଡାଉନ ଖୋଲିବା ପରେ ଖୋଲିବ ସ୍କୁଲ । କିନ୍ତୁ ବହୁତ କିଛି ବଦଳିଯିବ । ଏଚଆରଡି ମନ୍ତ୍ରଣାଳୟ ଏଭଳି କିଛି ଯୋଜନା ପ୍ରସ୍ତୁତିରେ ଲାଗିଛି । ପିଲା ସ୍କୁଲ ୟୁନିଫର୍ମ ତ ପିନ୍ଧିବେ ହେଲେ ବାଧ୍ରତାମୂଳକ ହେବ ମୁହଁରେ ମାସ୍କ ପିନ୍ଧିବା । ତଛଡା ସକାଳର ପ୍ରାର୍ଥନା ସଭା ଓ ଖେଳ ପିରିୟଡ ବାତିଲ ହେବ ।

 

ଖାଇବା ହଲରୁ ନେଇ ଟଏଲେଟ ପର୍ଯ୍ୟନ୍ତ ସବୁ ବ୍ୟବହାର ଉପରେ ନୂଆ ଗାଇଡ ଲାଇନ ଜାରୀ ହେବ । ସ୍କୁଲରେ ପିଲାଙ୍କ ବସିବା ଠୁ ସ୍କୁଲ ବସରେ ଯାତ୍ରା ସବୁଠି ଲାଗୁହେବ ସାମାଜିକ ଦୂରତା ରକ୍ଷାର ନିୟମ । ସମୟ ସମୟରେ ପୁରା ସ୍କୁଲକୁ ସାନିଟାଇଜ କରାଯିବ । ଏପରିକି ସ୍କୁଲ ପ୍ରବେଶ ପଥରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରୁଛନ୍ତି ସରକାର ।

Get real time updates directly on you device, subscribe now.