fbpx

ସିଆରପିଏଫ ଉପରେ କରୋନା ବାଦଲ,ଦିନକରେ ୬୮ ଯବାନ ଆକ୍ରାନ୍ତ

ଭୁବନେଶ୍ୱର :୨ ।୫(ଓଡିଶା ଭାସ୍କର): ସିଆରପିଏଫ ଉପରେ କରୋନାର ବାଦଲ । ଦିନକରେ ୬୮ ଜଣଙ୍କର ଟେଷ୍ଟ ରିପୋର୍ଟ ପଜେଟିଭ ଆସିଛି । ଏସବୁ ଯବାନ ଗୋଟିଏ ନିଦ୍ଦିଷ୍ଟ ବ୍ୟାଟେଲିଅନର । ପୂର୍ବ ଦିଲ୍ଲୀରେ ଥିବା ଏହି ବ୍ୟାଟେଳିଅନର ଏକ କ୍ୟାମ୍ପରେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଏହି କ୍ୟାମ୍ପର ୫୪ ଜଣ ଯବାନ କରୋନା ଆକ୍ରାନ୍ତ ହୋଇଥିଲେ ।

 

ଏବେ ଏହି ୬୮ ଜଣଙ୍କୁ ମିଶାଇ ମୋଟ ୧୨୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ମୋଟ ୧୨୭ ଜଣ ସିଆରପିଏଫ ଯବାନ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୃତ ଓ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.