fbpx

ପେସେଣ୍ଟ ନମ୍ବର୧୪୩ ପାଇଁ ଚିନ୍ତାରେ ପୋଲିସ

ଭୁବନେଶ୍ୱର :୨ ।୫(ଓଡିଶା ଭାସ୍କର): ଲକ ଡାଉନରେ ଲୋକଙ୍କୁ ବୁଝାଇ ବୁଝାଇ ପୋଲିସର ହାଲତ ଖରାପ । ସାରା ଦେଶରେ ପୋଲିସ କର୍ମୀ କରୋନା ପଜେଟିଭ ହେବା ଖବର ଶୁଣିବାକୁ ମିଳୁଥିଲା । କିନ୍ତୁ ଆମ ଓଡିଶାରେ ନାଁ କୈାଣସି ପୋଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି ନାଁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂଙ୍ଗରୋଧରେ ରହିଛନ୍ତି । କିନ୍ତୁ ରାଜ୍ୟ ସରକାର ଆଜି ଜାରୀ କରିଥିବା କିଛି କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ମଧ୍ୟରୁ ଏମିତି ଜଣେ ଅଛନ୍ତି ଯେ ଥାନାରେ ରାତିଟେ ବିତାଇଛନ୍ତି ।

ପ୍ରକୃତରେ ପେସେଣ୍ଟ ନଂ ୧୪୩ କଲିକତାରୁ ଓଡିଶା ଟ୍ରକରେ ଫେରୁଥିଲେ ।ବାଲେଶ୍ୱର ଜଳେଶ୍ୱର ପାଖରେ ପୋଲିସ ଚେକିଂ ରେ ଧରାପଡିଲେ । ରାତିଯାକ ତାଙ୍କୁ ଜଳେଶ୍ୱର ଥାନାରେ ରଖାଗଲା । ପରେ କ୍ୱାରେଣ୍ଟିନ ସେଣ୍ଟରକୁ ସ୍ଥାନାନ୍ତର କରାଗଲା । କିନ୍ତୁ ତାଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ସେଦିନ ରାତିରେ ଜଳେଶ୍ୱର ଥାନାରେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଥିଲେ ତାହା ଖୋଜାଚାଲିଛି ।

Get real time updates directly on you device, subscribe now.