fbpx

ଅବୈଧ ସମ୍ପର୍କରେ ବାଧା ହେଉଥିଲେ ଶିକ୍ଷକ ସ୍ୱାମୀ, ମାରିବା ପାଇଁ ପ୍ରେମିକ ସହ ମିଶି କଲା ଏପରି ଯୋଜନା ପତ୍ନୀ

ନୂଆଦିଲ୍ଲୀ: ପ୍ରେମ ପ୍ରସଙ୍ଗ ଓ ଅନ୍ୟ ଜଣେ ପୁରୁଷ ସହିତ ଅବୈଧ ସମ୍ପର୍କ କାରଣରୁ ସ୍ୱାମୀଙ୍କ ଉପରେ କାର୍ ଚଢ଼ାଇ ହତ୍ୟା କରିବାକୁ ଯୋଜନା କରିଥିଲା ପତ୍ନୀ । ନିଜ ପ୍ରେମିକ ସହିତ ମିଶି ମାଷ୍ଟରପ୍ଲାନ୍ କରିଥିଲା ପତ୍ନୀ । ଆପଣ ମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ମାମଲାରେ ପତ୍ନୀ ସମେତ ତିନି ଜଣଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ପୋଲିସ୍ କୋର୍ଟରେ ହାଜର କରିବା ପରେ ରିମାଣ୍ଡକୁ ନେଇଛି । ତେବେ ଏହିଭଳି ଏକ ଘଟଣା ଘଟିଛି ହରିୟାଣାରେ ପରୱଲ ଠାରେ ।

ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସେପ୍ଟେମ୍ବର ୨୮ ତାରିଖ ଦିନ ନିଜ ବାଇକ୍ ଧରି ଶିକ୍ଷକ ଗଜେନ୍ଦ୍ର ସିଂହ ମିତରୋଲ୍ ଗାଁରୁ ଡ୍ୟୁଟିରେ ଯାଉଥିଲେ । ଏହି ସମୟରେ ମୁଣ୍ଡକଟି ଥାନା ଅଞ୍ଚଳରେ ଥିବା ଜାତୀୟ ରାଜପଥ-୧୯ରେ ତାଙ୍କ ପଛରୁ ଗୋଟିଏ କାର୍ ଆସି ଧକ୍କା ଦେଇଥିଲା । ଫଳରେ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା । ଗଜେନ୍ଦ୍ରଙ୍କ ମୃତ୍ୟୁ କୁ ତାଙ୍କ ପରିବାର ଲୋକେ ସହଜରେ ଗ୍ରହଣ କରିପାରିନଥିଲେ ।

ଏନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ରାସ୍ତାରେ ଥିବା ଏକ ଢ଼ାବାର ସିସିଟିଭିକୁ ଯାଞ୍ଚ କରିଥିଲା । ଆଉ ସେଥିରେ ଦେଖିବାକୁ ପାଇଥିଲା ଯେ, ଗୋଟିଏ ଏସୟୁଭି କାର୍ ଜାଣି ଜାଣି ଆସି ବାଇକ୍ କୁ ଧକ୍କା ମାରିବାପରେ ସେଠାରୁ ଫେରାର୍ ହୋଇଯାଉଛି । ତେବେ ଏହି ମାମଲାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି । ତେବେ ମୃତ ଗଜେନ୍ଦ୍ରଙ୍କ ପତ୍ନୀଙ୍କ ଘରକୁ ରୋହତାଶ ନାମକ ଜଣେ ଯୁବକଙ୍କ ଯିବା ଆସିବା ଲାଗି ରହୁଥିଲା । ଆଉ କିଛି ଦିନ ପରେ ଗଜେନ୍ଦ୍ରଙ୍କ ପତ୍ନୀଙ୍କ ସହିତ ଉକ୍ତ ଯୁବକଙ୍କ ଅବୈଧ ସମ୍ବନ୍ଧ ଗଢ଼ିଉଠିଥିଲା ଓ ଏହିକଥା ଗଜେନ୍ଦ୍ରଙ୍କୁ ଜଣାପଡ଼ିଯାଇଥିଲା । ତେଣୁ ସେ ଗଜେନ୍ଦ୍ର ନିଜ ପତ୍ନୀଙ୍କୁ ମାରପିଟ୍ କରୁଥିଲା । ଆଉ ଏହି କାରଣରୁ ସେ ନିଜ ସ୍ୱାମୀକୁ ମାରିବା ପାଇଁ ପ୍ରେମିକ ସହ ମିଶି ଉଦ୍ୟମ କରିଥିଲା ।

Get real time updates directly on you device, subscribe now.