ସାରଥିଙ୍କୁ ନେଇ ପୁଣି ବିବାଦ, ଜଗନ୍ନାଥ ସାରଥି ଏକ ଏବଂ ଅଭିନ୍ନ କହିଲେ ଭକ୍ତ

ପୁଣିଥରେ ମାତିଲେ ସାରଥି ଭକ୍ତ । ପାଲିଙ୍କିରେ ସାରଥିଙ୍କୁ ବସାଇ ତୁଳସୀ ଦେଇ ପୂଜା କଲେ ଅନୁଗାମୀ ।

ଭୁବନେଶ୍ବର: ପୁଣିଥରେ ସାମ୍ନାକୁ ଆସିଲା ସାରଥି ବାବାଙ୍କ କ୍ରେଜ । ରାଜଧାନୀରେ ମାତିଲେ ସାରଥିଙ୍କର ଅନୁଗାମୀ । ସାରଥି ଓରଫ ସନ୍ତୋଷ ରାଉଳଙ୍କ ଅନୁଗାମୀ ପୁଣିଥରେ ଭୁବନେଶ୍ବରରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।

ଭୁବନେଶ୍ବର ଓ ଜୟପୁରରେ ସାରଥିଙ୍କ ଅନୁଗାମୀ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି । ଭୁବନେଶ୍ବର କାର୍ଗିଲ ବସ୍ତିରେ ସତସଙ୍ଗ ଆୟୋଜନ କରାଯାଇଥିବା ବେଳେ ଏଥିରେ ସାରଥିଙ୍କର ଅନେକ ଭକ୍ତ ଯୋଗ ଦେଇଥିଲେ । ସମସ୍ତେ ସାରଥିଙ୍କର ନାମ ଜପୁଥିବା ମଧ୍ୟ ଦେଖାଯାଇଥିଲା ।

ସେହିପରି ଜୟପୁର ନିକଟ ଫାମ୍ପୁଣିରେ ବି ଭଜନ, କୀର୍ତ୍ତନ କରିଛନ୍ତି ଅନୁଗାମୀ । ତେବେ ସାରଥିଙ୍କ ବିଶାଳ ଫଟୋ ପାଖରେ ଛୋଟ ଜଗନ୍ନାଥ ମୂର୍ତ୍ତି ରଖି ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି । ଫଟୋରେ ସାରଥିଙ୍କୁ ବଡ଼ ଓ ଜଗନ୍ନାଥଙ୍କୁ ଛୋଟ ଦେଖାଇଛନ୍ତି ଅନୁଗାମୀ ।

ଏହାକୁ ନେଇ ବର୍ତ୍ତମାନ ନୂଆ ବିବାଦ ଦେଖାଯାଇଛି । ଜଗନ୍ନାଥଙ୍କୁ ଛୋଟ ଏବଂ ସାରଥିଙ୍କୁ ବଡ଼ ଦର୍ଶାଉଥିବା ନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଯାଇଛି । ଏହାକୁ ବିରୋଧ କରିବା ମଧ୍ୟ ଦେଖାଯାଇଛି । ଏଭଳି କରିବା ଜଗନ୍ନାଥଙ୍କ ଅପମାନ ସମାନ ବୋଲି ମଧ୍ୟ କିଛି କହିଛନ୍ତି ।

ତେବେ ସବୁ ବର୍ଷ ଦୋଳ ପୂର୍ଣ୍ଣିମାରେ ସାରଥିଙ୍କର ପୂଜା କରାଯାଉଥିବା କହିଛନ୍ତି ଭକ୍ତ ।