fbpx

ଆତ୍ମସମର୍ପଣର ଆହ୍ୱାନ ଦେଲେ ଡିଜିପି

କନ୍ଧମାଳ,୫/୭(ଓଡିଶା ଭାସ୍କର): କନ୍ଧମାଳରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦେଶକ ଅଭୟ । ଏନ୍‌କାଉଣ୍ଟର ପାଇଁ କନ୍ଧମାଳ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି। ଏହା ସହ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଆଗାମୀ ଦିନରେ କମ୍ବିଂ ଅପରେସନ ଜୋରଦାର କରାଯିବ ବୋଲି ପୋଲିସ ମହାନିର୍ଦେଶକ ଅଭୟ କହିଛନ୍ତି।

ଜବତ ଅସ୍ତ୍ରଶସ୍ତ୍ର ନେଇ ପୋଲିସ ଡିଜି ଅଭୟ କହିଛନ୍ତି ଯେ, ‘୨ ମହିଳାଙ୍କ ସମେତ ୪ ସଶସ୍ତ୍ର ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ଟି ରାଇଫଲ, ଗୋଟିଏ ଇନ୍‌ସାସ ରାଇଫଲ, ୨ ଦେଶୀ ବନ୍ଧୁକ, ୩ଟି ମାଗାଜିନ, ୧୮ଟି ଗୁଳି, ଯୋଗଯୋଗ ଓ ମାଓ ସାମଗ୍ରୀ ଜବତ ହୋଇଛି ।’

Get real time updates directly on you device, subscribe now.