fbpx

ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଡିଜିପି

ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ରାଜ୍ୟ ପୋଲିସ ପକ୍ଷରୁ ପୋଲିସ ସହିଦ ସ୍ମୃତି ଦିବସ ପାଳନ ହୋଇଛି । ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ସହିଦ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୋଲିସ ଡିଜି ଅଭୟ । କୋରୋନାରେ ସହିଦ ହୋଇଥିବା ପୋଲିସଙ୍କୁ ବି ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୋଲିସ ଡିଜି ।

ଏହା ସହ ଡିଜି ଅଭୟ କହିଛନ୍ତି ଯେ, ‘କୋରୋନାରେ ସହିଦ ପୋଲିସଙ୍କ ପରିବାରକୁ ଦରମା ମିଳୁଛି । ସ୍ୱତନ୍ତ୍ର ଅବସର ଯୋଜନାରେ ମିଳୁଛି ପୂର୍ଣ୍ଣ ଦରମା । ରାଜ୍ୟରେ ମାଓ ଆକ୍ରମଣରେ ସହିଦ ହୋଇଥିବା ପୋଲିସଙ୍କ ସଂଖ୍ୟା କମିଛି ।’

ତେବେ ଡିଜିପିଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କୋରୋନାରେ ସହିଦ ହୋଇଥିବା ୪୧ ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

Get real time updates directly on you device, subscribe now.