ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡ଼ପତ୍ର ପରେ କେମିତି ଅଛନ୍ତି ଧନଶ୍ରୀ, କହିଲେ- ସେହି ଲୋକଙ୍କ ସହ ଅଛି ଯିଏ..

ଛାଡ଼ପତ୍ର ପରେ ଏମିତି ଦିନ କାଟୁଛନ୍ତି ଧନଶ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ କୋରିୟୋଗ୍ରାଫର ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖୁବ ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ଧନଶ୍ରୀ କହିଛନ୍ତି ଯେ, ଛାଡ଼ପତ୍ର ପରେ ସେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛନ୍ତି। ଏବେ ସେ ନିଜ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏଥିସହ ନେଗେଟିଭିଟିଠାରୁ ଦୂରରେ ରହୁଛନ୍ତି।

ବଦଳିଗଲା ଧନଶ୍ରୀଙ୍କ ଜୀବନ: ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥା ହେଲା ବେଳେ ଧନଶ୍ରୀ କହିଛନ୍ତି ଯେ, ତାଙ୍କୁ ଟ୍ରୋଲ୍ ହେବାରେ କୌଣସି ଫରକ ପଡୁନାହିଁ। ତାଙ୍କ ପାଖେ ବହୁତ ଧର୍ଯ୍ୟ ଅଛି। ସେ ନେଗେଟିଭିଟି ଏବଂ ପବ୍ଲିକ୍ କମେଣ୍ଟ ଉପରେ ଧ୍ୟାନ ଦେଉ ନାହାନ୍ତି।

ଏପରି ବଞ୍ଚୁଛନ୍ତି ଧନଶ୍ରୀ: ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ଜୀବନ ପରିବର୍ତ୍ତନ ହୋଇସାରିଛି। ବର୍ତ୍ତମାନ ସେ ସେଲ୍ଫ ଲଭ୍‌, ଅନୁଶାସନ, ଏକ୍ସରସାଇଜ୍ ଏବଂ ଭଲ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେଉଛନ୍ତି। ସେ ସେ ଲୋକମାନଙ୍କ ପାଖରେ ରହୁଛନ୍ତି, ଯେଉଁ ଲୋକେ ତାଙ୍କୁ ଭଲପାଉଛନ୍ତି ଏବଂ ସମ୍ମାନ ଜଣାଉଛନ୍ତି।