କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଏବଂ ଝିଅ ତିଆରି କରୁଛନ୍ତି ମାସ୍କ..

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ଏବଂ ଝିଅ । ଲକ୍ ଡାଉନ୍ ସମୟରେ ଘରେ ତିଆରି କରୁଛନ୍ତି ମାସ୍କ । କିଛିଦିନ ପୂର୍ବରୁ ଘରେ ତିଆରି ମାସ୍କ ବ୍ୟବହାର କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଆଉ ଏଥିପାଇଁ ପ୍ରୋତ୍ସାହନ ମଧ୍ୟ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ପ୍ରୋତ୍ସାହନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ ଏବଂ ଝିଅ ନୈମିଶା ଘରେ ମାସ୍କ ତିଆରି କରୁଥିବା ନଜର ଆସିଛନ୍ତି । ଖୋଦ କେନ୍ଦ୍ରମନ୍ତ୍ରୀ ଏନେଇ ନିଜ ଟ୍ୱିଟରରେ ଏକ ଟ୍ୱିଟ କରିଛନ୍ତି ।

Uttarakhand Govt.

ନିଜ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଏଭଳି ସମୟରେ ଆମେ ଆମ ସମାଜ ପାଇଁ କିଛି କରିବା ଉଚିତ ମୁଁ ମୋ ପତ୍ନୀ ଏବଂ ଝିଅ ପାଇଁ ଗର୍ବିତ ଦୁହେଁ ଆମ ଘରର ସମସ୍ତଙ୍କ ପାଇଁ ଏବଂ ଅନ୍ୟଲୋକଙ୍କ ପାଇଁ ମଧ୍ୟ ମାସ୍କ ତିଆରି କରୁଛନ୍ତି କୌଶଳ ବିକାଳ ଏବଂ କିଛି ନୂଆ ଶିଖିବା ପାଇଁ ବର୍ତ୍ତମାନଠାରୁ ଆଉ ପ୍ରକୃଷ୍ଠ ସମୟ ହୋଇପାରେ