fbpx
BSKY
BJD MC SKY
BJD MS SKY

ଲକ ଡାଉନ ସମୟରେ ଗରିବ ବୃଦ୍ଧାଙ୍କୁ ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତାର ପରିଚୟ ଦେଲେ ମହିଳା ସବ୍ଇନିସପେକ୍ଟର

ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ଜଣେ ଗରିବ ଭୋକିଲା ବୃଦ୍ଧା ଙ୍କୁ ନିଜହାତରେ ଖାଦ୍ୟଖୁଆଇ ମାନବିକତାର ପରିଚୟ ଦେଇଛନ୍ତି ମାଲକାନଗିରି ଥାନାରେ ତାଲିମ ନେଉଥିବା ମହିଳା ସବ୍ ଇନିସପେକ୍ଟର ଶୁଭଶ୍ରୀ ଭବାନୀ ନାୟକ । ଲକ ଡାଉନ ପାଇଁ ମାଲକାନଗିରି ଜୟପୁର ମୁଖ୍ୟରାଜପଥ ପଦ୍ମଗିରି ଛକ ଠାରେ ମାଲକାନଗିରି ଥାନା ପକ୍ଷରୁ ଅସ୍ଥାୟୀ ପୁଲିସ କ୍ୟାମ୍ପଖୋଲା ଯାଇଛି । ଆଜି ମାଲକାନଗିରି ରେ ତାପମାତ୍ରୀ ୪୦ ଡିଗ୍ରୀରୁ ଉର୍ଦ୍ଦ ଥାଇ ପ୍ରବଳ ଖରା ହେଉଥିବା ବେଳେ ସେହି ରାସ୍ତାରେ ନିଜ ଘରକୁ ଯାଉଥିବା ଜଣେ ଗରିବ ଆଦିବାସୀ ବୃଦ୍ଧା ଭୋକ ଓ ଶୋଷ ବିକଳରେ ରାସ୍ତାକଡରେ ବସି ପଡିଥିଲେ । ସେହି କ୍ୟାମ୍ପଦାଇତ୍ୱରେ ଥିବା ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ଭବାନୀ ନାୟକ ଏହା ଦେଖି ସଙ୍ଗେ ସଙ୍ଗେ ସେହି ବୃଦ୍ଧାଙ୍କ ନିକଟକୁ ଯାଇଥିଲେ । ବୃଦ୍ଧାଜଣଙ୍କ ଭୋକ ଓ ଶୋଷରେ ତାଙ୍କତଟିଂ ଶୁଖିଯାଉଥିବାର ଦେଖି ନିଜ ପାଇଁ ରଖି ଥିବା ଖାଦ୍ୟ  ଦେଇଥିଲେ ,ଦୃବଳରୁ ବୃଦ୍ଧାଙ୍କ ହାତ ଚଳୁ ନଥିବାରୁ ମହିଳା ସବଇନିସପେକ୍ଟର ଶୁଭଶ୍ରୀ ନିଜ ହାତରେ ତାଙ୍କୁ ଖୁଆଇ ଦେଇ ନିଜ ପାଣି ବୋତଲରୁ ପାଣିପିଆଇ ଦେଇଥିଲେ ।ସଭ୍ୟଶିକ୍ଷିତ ସମାଜରେ ନିଜ ବୃଦ୍ଧ ପିତା ମାତାଙ୍କୁ ପୁଅ ବୋହୁ ଅଣଦେଖା କରୁଥିବା ବେଳେ କରୋନା ଲକ ଡାଉନ ସମୟରେ ଦିନ ରାତି ଜନସାଧରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ମହିଳା ପୁଲିସ ନିଜ କାର୍ଯ୍ୟ ସୁଚାରୁଭାବେ ତୁଲାଇ ଜଣେ ଗରିବ ଆଦିବାସୀ ବୃଦ୍ଧାଙ୍କୁ ମା ଭାବି ସ୍ନେହ ଦେଇ ନିଜ ଝିଅ ଭଳି ହାତରେ ଖୁଆଦେବା ଘଟଣାକୁ ସମଗ୍ର ଜିଲ୍ଲାବାସୀ ମହିଳା ସବ୍ ଇନିସପ୍‌କଟେର ଙ୍କୁ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.