fbpx

ହ୍ୱାଟ୍ସଆପର ନୂଆ ପଦକ୍ଷେପ! ଗ୍ରୁପ୍ ଭିଡିଓ କଲିଂରେ ବଡ ପରିବର୍ତ୍ତନ

ହ୍ୱାଟ୍ସଆପରେ ଗୋଟିଏରୁ ଅଧିକ ଜଣକୁ ମେସେଜ୍ ପରୱାଡର ଲିମିଟ୍ ସ୍ଥିର କରିବା ପରେ ଗ୍ରୁପ୍ ଭିଡିଓ କଲିଂରେ ଏକ ପରିବର୍ତ୍ତନ ଘୋଷଣା କରିଛି । ମଙ୍ଗଳବାର ରାତିରେ ଟ୍ୱିଟ୍ କରି ହ୍ୱାଟ୍ସଆପ୍ କହିଛି ଯେ, ହ୍ୱାଟ୍ସଆପରେ ଗ୍ରୁପ କଲ୍ ପୂର୍ବ ଅପେକ୍ଷା ସହଜ ହୋଇଯାଇଛି । ପୂର୍ବରୁ ଗ୍ରୁପ୍ ଭିଡିଓ କଲ୍ ପାଇଁ ଜଣ ଜଣଙ୍କୁ ଯୋଡିବାକୁ ପଡୁଥିଲା, ବର୍ତ୍ତମାନ ତାହା କରିବାର କୌଣସି ଆବଶ୍ୟକତା ନାହିଁ । କରୋନା ଭାଇରସ୍ କାରଣରୁ ସମଗ୍ର ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ଏହି ପଦକ୍ଷେପ ନେଇଛି ହ୍ୱାଟ୍ସଆପ୍ ।

ହ୍ୱାଟ୍ସଆପ୍ କହିଛି ଯେ, ବର୍ତ୍ତମାନ ଗ୍ରୁପ କଲରେ ଭିଡିଓ କଲିଂର ଅପସନ ଦେଖାଇବ । ଏଥିରେ ୟୁଜର ସିଲେକ୍ଟ କରି ୪ ବା କମ୍ ଲୋକଙ୍କୁ ଏକା ସାଙ୍ଗରେ ଯୋଡିପାରିବ ।

Get real time updates directly on you device, subscribe now.